Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଆର୍ଯ୍ୟନଙ୍କୁ ଗିରଫ କରିଥିବା ଏନସିବି ଅଧିକାରୀ ସମୀର ୱାନଖେଡେ ୧୦ ପୂର୍ବରୁ ଶାହରୁଖ ସହ ନେଇଥିଲେ ପଙ୍ଗା

11/10/2021 at 6:18 PM

ମୁମ୍ବାଇ ୧୧/୧୦ : ଏନସିବି ଅଧିକାରୀ ସମୀର ୱାନଖେଡେ ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାରେ ଅଛନ୍ତି। ଠିକ ୧୦ ବର୍ଷ ପୂର୍ବରୁ ସମୀର ୱାନଖେଡେ ଶାହରୁଖ ଖାନଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ। ଇଣ୍ଡିଆନ ଏକ୍ସପ୍ରେସ ଖବର ଅନୁଯାୟୀ, ୨୦୧୧ ଜୁଲାଇ ୧୯ ତାରିଖ ଘଟଣା। ସମୀର ୱାନଖେଡେ ଇଣ୍ଡିଆନ ରେଭେନ୍ୟୁ ସର୍ଭିସର ୨୦୦୮ ବ୍ୟାଚ ଅଧିକାରୀ। କଷ୍ଟମ ବିଭାଗରେ ତାଙ୍କର ପୋଷ୍ଟିଙ୍ଗ ହୋଇଥିଲା। ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏୟାର ଇଣ୍ଟେଲିଜେନ୍ସ ୟୁନିଟରେ ତାଙ୍କୁ ନିୟୋଜିତ କରାଯାଇଥିଲା।

ଯେତେବେଳେ ସମୀର ୱାନଖେଡେଙ୍କୁ ବିମାନବନ୍ଦର ନିୟୋଜିତ ହୋଇଥିଲେ ସେତେବେଳେ ସେ ନିଷ୍ପତ୍ତି ନେଇଥିଲେ ଯେ ସେ ସମସ୍ତଙ୍କ ସହ ସମାନ ବ୍ୟବହାର କରିବେ, ସାଧାରଣ ନାଗରିକ ହେଉ କିମ୍ବା କେହି ଖାସ ବ୍ୟକ୍ତି କିମ୍ବା ସେଲିବ୍ରିଟି। ଧାର୍ଯ୍ୟ ମୁତାବକ ଯଦି ବିଦେଶରୁ କିଏ ଅଧିକ ସାମଗ୍ରୀ ନେଇ ଆସେ ତାହେଲେ ତାକୁ କଷ୍ଟମ ଡ୍ୟୁଟି ଦେବାକୁ ପଡିଥାଏ। ଇଣ୍ଡିଆନ ଏକ୍ସପ୍ରେସ ଖବର ଅନୁଯାୟୀ, ୨୦୧୧ ଜୁଲାଇରେ ଶାହରୁଖ ଖାନ ୟୁକେ ଓ ହଲାଣ୍ଡରୁ ଛୁଟି ସାରି ଫେରୁଥିଲେ। ତାଙ୍କ ସହ ତାଙ୍କ ପରିବାର ମଧ୍ୟ ଥିଲା। ସେ ବହୁତ ବିଦେଶୀ ସାମଗ୍ରୀ ନେଇଆସିଥିଲେ। କିନ୍ତୁ ସେ କଷ୍ଟମ ଡ୍ୟୁଟି ନ ଦେଇ ବିମାନବନ୍ଦରରୁ ଚାଲିଯାଉଥିଲେ। ସମୀର ୱାନଖେଡେ ତାଙ୍କୁ ଅଟକାଇ ଦେଲେ। ତାଙ୍କୁ ପରିବାରକୁ ଛାଡି ଦିଆଯାଇଥିଲା କିନ୍ତୁ ଶାହରୁଖଙ୍କୁ କିଛି ସମୟ ପାଇଁ ଅଟକ ରଖାଯାଇଥିଲା। ତାଙ୍କୁ ପଚରାଉଚୁରା ମଧ୍ୟ କରାଯାଇଥିଲା। ଶେଷରେ ଶାହରୁଖ ଖାନ ଦେଢ଼ ଲକ୍ଷ ଟଙ୍କା କଷ୍ଟମ ଡ୍ୟୁଟି ଦେବାପରେ ତାଙ୍କୁ ଛାଡି ଦିଆଯାଇଥିଲା।

ଏବେ ୧୦ ବର୍ଷ ପରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଛନ୍ତି ସେହି ସମୀର ୱାନଖେଡେ। ତେବେ ଏଥର ମାମଲା କଷ୍ଟମ ଡ୍ୟୁଟିର ନୁହେଁ ବରଂ ନାର୍କୋଟିକ୍ସର। ତେବେ ଆର୍ଯ୍ୟନଙ୍କ ବିରୋଧରେ ସମୀର ୱାନଖେଡେଙ୍କ କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ବିବାଦ ଘେରରେ।

   Related Posts