Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ନବାବ ମଲିକଙ୍କ ଆରୋପକୁ ନେଇ ପ୍ରତିକ୍ରିୟା ରଖିଲେ ସମୀର ୱାନଖେଡେ: କହିଲେ, ମୋ ଦିବଙ୍ଗତ ମା’ଙ୍କୁ ଟାର୍ଗେଟ କରାଯାଉଛି

25/10/2021 at 3:39 PM

ମୁମ୍ବାଇ ୨୫/୧୦ : କ୍ରୁଜ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବିର ଜୋନାଲ ଡ଼ାଇରେକ୍ଟର ସମୀର ୱାନଖେଡେ ସୋମବାର ଦିନ ନିଜ ବିରୋଧରେ ହୋଇଥିବା ଆରୋପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଆଣିଥିବା ଅଭିଯୋଗ ଉପରେ ସେ ପ୍ରତିକ୍ରିୟା ରଖିଛନ୍ତି। ମୁମ୍ବାଇର ଏକ କୋର୍ଟରେ ଆଫିଡେଭିଟ୍ ଦାଏର କରି ସେ କହିଛନ୍ତି ଯେ ତାଙ୍କ ଉପରେ ଲଗାଯାଇଥିବା ଆରୋପ ମିଛ, ଭହିତ୍ତୀହୀନ, ବିଭ୍ରାନ୍ତକାରୀ। ନବାବ ମଲିକ ସମୀର ୱାନଖେଡେଙ୍କ ଜନ୍ମ ସମ୍ବନ୍ଧୀୟ ଏକ ଦସ୍ତାବିଜ ଟ୍ୱିଟରରେ ସେୟାର କରିବା ପରେ ସମୀର ବୟାନ ଦେଇଛନ୍ତି। ଟ୍ୱିଟ କରି ନବାବ ମଲିକ ଲେଖିଛନ୍ତି, ‘ଏଠାରୁ ଆରମ୍ଭ ହୋଇଛି ଜାଲିଆତି।’

ସମୀର ୱାନଖେଡେ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି, ‘ମୋ ବିନା ଅନୁମତିରେ ମୋ ବ୍ୟକ୍ତିଗତ ଦସ୍ତାବିଜ ସାର୍ବଜନୀନ କରାଯାଇଛି…ମହାରାଷ୍ଟ୍ର ସରକାରଙ୍କ ଜଣେ ମନ୍ତ୍ରୀ ଗତ କିଛି ଦିନ ହେଲା ଲଗାତାର ମୋ ଉପରେ ଚାପ ପକାଉଛନ୍ତି ଏବଂ ଉତ୍ତେଜକ ମନ୍ତବ୍ୟ ଦେଉଛନ୍ତି। ସେଥିପାଇଁ ମୋ ପତ୍ନୀ, ମୋ ପିତା ସମସ୍ତେ ମାନସିକ ଚାପରେ ଅଛନ୍ତି।’

ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଖୁଲାସା କରି ସମୀର ୱାନଖେଡେ କହିଛନ୍ତି ଯେ ସେ ୨୦୦୬ ମସିହାରେ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁସାରେ ଶବାନା କୁରେସିଙ୍କୁ ବିବାହ କରିଥିଲେ। ୨୦୧୬ ରେ ଆଇନ ପ୍ରକ୍ରିୟା ପାଳନ କରି ଆପୋଷ ସହମତିରେ ଅଲଗା ହୋଇଥିଲେ। ୨୦୧୭ ରେ ସେ କ୍ରାନ୍ତି ରେଡକରଙ୍କୁ ବିବାହ କରିଥିଲେ।

ଆଗକୁ ୱାନଖେଡେ କହିଛନ୍ତି ଯେ, ‘ମୋ ପରିବାର ଓ ମୋ ସ୍ବର୍ଗୀୟ ମା’ଙ୍କୁ ଅପମାନ କରାଯାଉଛି। ମୋ ପକ୍ଷ ନ ଜାଣି ମନ୍ତ୍ରୀ ମୋ ଉପରେ ଆରୋପ ଲଗାଉଛନ୍ତି। ପିତା ଧ୍ୟାନଦେବ ୱାନଖେଡେ ରାଜ୍ୟ ଅବକାରୀ ବିଭାଗରେ ଇନ୍ସପେକ୍ଟର ଥିଲେ। ୨୦୦୭ ରେ ଅବସର ନେଇଥିଲେ। ତାଙ୍କ ପିତା ହିନ୍ଦୁ ଓ ମା’ ମୁସଲମାନ ଥିଲେ। ଦୁହେଁ ଅଲଗା ଅଲଗା ଧର୍ମର ଏବଂ ତାଙ୍କ ଉତ୍ତରାଧିକାରୀ ଭାବେ ମୁଁ ଗର୍ବିତ।’

ସମୀର ୱାନଖେଡେ କହିଛନ୍ତି,’ମୋ ଦିବଙ୍ଗତ ମା’ଙ୍କୁ ଟାର୍ଗେଟ କରାଯାଉଛି। ମୋର ଗିରଫଦାରୀକୁ ନେଇ ବିପଦ ରହିଛି। କାରଣ ଏହା ସଚ୍ଚୋଟ ଓ ନିରପେକ୍ଷ ଯାଞ୍ଚ କରିବା କିଛି ନ୍ୟସ୍ତ ସ୍ୱାର୍ଥ ପାଇଁ ଅନୁକୂଳ ନୁହେଁ। ମୁଁ ସବୁକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଯାହା ଆଇନଗତ ଓ ସ୍ପଷ୍ଟ ଭାବେ ମୋ ନିର୍ଦ୍ଦୋଷତାକୁ ପ୍ରକାଶ କରିବ। ଅଦାଲତ ନିରପେକ୍ଷ ଯାଞ୍ଚର ପବିତ୍ରତାକୁ ବଜାୟ ରଖିବାକୁ ଏବଂ ସୁରକ୍ଷିତ ରଖିବାକୁ ଉଚିତ ଆଦେଶ ପାରିତ କରିପାରନ୍ତି।’

ନବାବ ମଲିକ ଆରମ୍ଭରୁ ହିଁ ଆର୍ଯ୍ୟନ ଖାନଙ୍କ ବିରୋଧରେ ଏନସିବିର କାର୍ଯ୍ୟାନୁଷ୍ଠାନକୁ ନେଇ ସମାଲୋଚନା କରିଛନ୍ତି।

   Related Posts