ସମୀର ୱାନଖେଡେଙ୍କ ପ୍ରଥମ ପତ୍ନୀ ଶବାନାଙ୍କ ପିତାଙ୍କ ବୟାନ: 'ଯଦି ସେ ହିନ୍ଦୁ ହୋଇଥାନ୍ତେ ତାହେଲେ ଝିଅ ବାହାଘର କରିନଥାନ୍ତି'

Published By : Prameya-News7 Bureau | October 28, 2021 IST

ମୁମ୍ବାଇ ୨୮/୧୦ : ମୁମ୍ବାଇ ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାନଖେଡେଙ୍କ ବିରୋଧରେ ଅସୁଲ ଆରୋପ ମଧ୍ୟରେ ଅନେକ ପ୍ରକାର ପ୍ରଶ୍ନ ଉଠାଯାଇଛି। ସମୀରଙ୍କ ପ୍ରଥମ ପତ୍ନୀ ଡାକ୍ତର ଶବାନା କୁରେସିଙ୍କ ପିତା ଡାକ୍ତର ଜାହିଦ କୁରେସି ନିଜ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଆରେଞ୍ଜ ମ୍ୟାରେଜ ଥିଲା। ବିବାହର ୩-୪ ମାସ ପୂର୍ବରୁ ଆମେ ପରସ୍ପରକୁ ଜାଣିଥିଲୁ। ସମୀରଙ୍କ ପରିବାର ମୁସଲମାନ ବୋଲି ସେମାନେ ଜାଣିଥିଲେ। ତାଙ୍କର ପୁରା ପରିବାର ମୁସଲମାନ। ତାଙ୍କର ପୁରା ପରିବାର ମୁସଲମାନ ହୋଇ ତାଙ୍କ ଘରକୁ ଆସିଥିଲେ ବୋଲି ସେ କହିଛନ୍ତି।

ଜାହିଦ କୁରେସି କହିଛନ୍ତି, 'ସେତେବେଳେ ସମୀର ୱାନଖେଡେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ ଓ ନମାଜ ପଢିବାକୁ ମସଜିଦ ଯାଉଥିଲେ। ଏସବୁ କଥା ସମାଚାରରେ ଆସିବାପରେ ଜଣାପଡିଛି ଯେ ସେ ହିନ୍ଦୁ। ଆମ ଝିଅର ତଲାକ ହେବାପରେ ଆମେ ଆମ ଦୁଃଖ ଭୁଲି ଯାଇଥିଲୁ। କିନ୍ତୁ ମାମଲା ସାମ୍ନାକୁ ଆସିବା ପରେ ଏସବୁ କହିବାକୁ ପଡିଛି।'

{"id":534613,"sizeSlug":"full","linkDestination":"none"}

ସମୀରଙ୍କ ପ୍ରଥମ ପତ୍ନୀଙ୍କ ପିତା ଆଗକୁ କହିଛନ୍ତି ଯେ ସମୀର ବିବାହ ପୂର୍ବର ସାର୍ଟିଫିକେଟ ଦେଖାଉଛନ୍ତି କିନ୍ତୁ ବିବାହ ପରର ସାର୍ଟିଫିକେଟ ଦେଖାଉନାହାନ୍ତି। ସେ କହିଛନ୍ତି ଯେ ତାଙ୍କ ସମୁଦୀ ଦାଉଦ ୱାନଖେଡେ ବୋଲି ସେ ଜାଣିଥିଲେ। ଯେତେବେଳେ ବାହାଘର ହୋଇଥିଲା ସେତେବେଳେ ସେମାନେ ମୁସଲମାନ ଥିଲେ ଓ ସମସ୍ତେ ଏହା ହିଁ ଜାଣିଥିଲେ। କେଉଁ ରିଜର୍ଭେସନ କୋଟାରେ ସମୀର ୟୁପିଏସସିରେ ଚାକିରୀ ପାଇଥିଲେ ତାହା ସେ ଜାଣିନଥିଲେ ବୋଲି କହିଛନ୍ତି ଜାହିଦ କୁରେସି।

ଜାହିଦ କୁରେସିଙ୍କୁ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀଙ୍କ ଦାବି ସମ୍ପର୍କରେ ପଚରା ଯିବାରୁ ସେ କିଛି କହିବେନି ବୋଲି କହିଥିଲେ। ତାଙ୍କ ଇଜ୍ଜତ ଉପରକୁ କଥା ଆସିବାରୁ ତାଙ୍କୁ ଗଣମାଧ୍ୟମ ସାମ୍ନାକୁ ଆସିବାକୁ ପଡିଲା। ଝିଅର ତଲାକ ପରେ ସେ ସବୁ କିଛି ଭୁଲି ସାରିଥିଲେ ବୋଲି କହିଛନ୍ତି> ସେ ତାଙ୍କ କୌଣସି ପ୍ରକାର ଆକ୍ସନ ନେବେ ନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.