Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସମୀର ଓ୍ବାନଖେଡେଙ୍କ ପିଛା କରୁଛନ୍ତି ପୋଲିସ, ଡିଜିପିଙ୍କୁ ସାଂଘାତିକ ଅଭିଯୋଗ କଲେ ସିଂଘମ୍‌ ଅଫିସର: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାର କରୁଛନ୍ତି ତଦନ୍ତ

11/10/2021 at 10:04 PM

ମୁମ୍ବାଇ ୧୧/୧୦ : ସମୀର ଓ୍ବାନଖେଡେ । ଏବେ ଦେଶରେ ଏହି ସିଂଘମ ଅଫିସର ଖୁବ ଚର୍ଚ୍ଚାରେ । ଡ୍ରଗ୍ସ ମାଫିଆଙ୍କ ନିଦ ହଜାଇଦେଇଥିବା ଏହି ଅଫିସର ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅକୁ ମଧ୍ୟ ଛାଡିନାହାନ୍ତି । ଆର୍ଯ୍ୟନ ଖାନଙ୍କୁ ଗିରଫ କରି ମାରାଥନ୍‌ ଜେରା କରିଥିବା ଏହି ଅଫିସର ତଥ୍ୟ ପ୍ରମାଣ ସହ କୋର୍ଟରେ ହାଜର କରିଥିଲେ ।

ଏବେ ମୁମ୍ବାଇ ଏନ୍‌ସିବିର ଜୋନାଲ ଡାଇରେକ୍ଟର ସମୀର ଓ୍ବାନଖେଡେ ୨ ଜଣ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ପିଛା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି । ଏ ନେଇ ମହାରାଷ୍ଟ୍ର ଡିଜିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ସମୀର ଓ୍ବାନଖେଡେ । ୨୦୧୫ ମସିହାରେ ସମୀରଙ୍କ ମା ଙ୍କର ଦେହାନ୍ତ ପରେ ସେ ପ୍ରାୟ ସମୟରେ ସେମେଟ୍ରୀ(ଶ୍ମଶାନ ଘାଟ) ଯାଆନ୍ତି । ତେବେ ସେଠାକୁ ଯାଇଥିବା ବେଳେ ୨ ଜଣ ପୋଲିସ କର୍ମୀ ତାଙ୍କୁ ପିଛା କରିକରି ଯାଇଥିଲେ । ସେଠା​‌ରେ ସେ ନିଜେ ସିସିଟିଭି ଫୁଟେଜ୍‌ ବାହାର କରି ଜାଣିବାକୁ ପାଇଥିଲେ । ଏହାପରେ ସେ ସିଧାସଳଖ ମହାରାଷ୍ଟ୍ର ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ହାଇ ପ୍ରୋଫାଇଲ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ସମୀର ଓ୍ବାନଖେଡେ ଏବଂ ତାଙ୍କ ଟିମ କରୁଛନ୍ତି । ଏହି ମାମଲାର ଚାର୍ଜ ସିଟ୍‌ ଫାଇଲ କରିବା ପାଇଁ ଏନ୍‌ସିବି ନିକଟରେ ୬ ମାସର ସମୟ ରହିଛି । ତେଣୁ ସମୀରଙ୍କ କାର୍ଯ୍ୟଭାର ଆହୁରି ୬ମାସ ବଢାଇ ଦିଆଯାଇଛି । ତେବେ ତାଙ୍କ ଜୀବନ ପ୍ରତି ମଧ୍ୟ ଏବେ ବିପଦ ଥିବା ଜଣାପଡିଛି । ସେଥିପାଇଁ ସେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ମାଗିପାରନ୍ତି ।  

   Related Posts