ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ, ସଂଶୋଧିତ ସିଲାବସ୍ ଅନୁସାରେ ହେବ ପାଠ ପଢା

Published By : Prameya-News7 Bureau | October 31, 2021 IST

ଭୁବନେଶ୍ୱର ୩୧।୧୦: ରାଜ୍ୟରେ ଦୀପାବଳିରେ ପରେ ଖୋଲିପାରେ ସ୍କୁଲ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ଯୋଜନା ହୋଇଛି । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଛି ।

wp:html /wp:html

ସେ ଆହୁରୀ କହିଛନ୍ତି ଯେ, ସ୍କୁଲ ଖୋଲିବା ଏକ ସ୍ୱାଭାବିକ ପ୍ରକ୍ରିୟା । ଦୀପାବଳି ପରେ ପ୍ରଥମରୁ ସପ୍ତମ ଖୋଲିବା ପାଇଁ ଯୋଜନା କରାଯାଇଛି । ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ପାଇଁ ଆଗ୍ରହ ସୃଷ୍ଟି ହେଲାଣି । ବର୍ତମାନ ଶ୍ରେଣୀଗୃହରେ ପ୍ରାୟ ୭୦ ପ୍ରତିଶତ ଉପସ୍ଥାପନ ଆସୁଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପିଲାମାନଙ୍କ ପାଇଁ ଶିକ୍ଷା ସହ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । ଅନ୍ୟ ଶ୍ରେଣୀ ଗୁଡିକ ମଧ୍ୟ ଖୁବ ଶୀଘ୍ର ଖୋଲାଯିବ। ସରକାରଙ୍କର ସଂଶୋଧିତ ସିଲାବସ୍ ଅନୁସାରେ ପାଠ ପଢ଼ାଯିବା ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ।

ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖରୁ ରାଜ୍ୟରେ ଅଷ୍ଟମ ଶ୍ରେଣୀ ଗୃହ ପାଠ ପଢା ଆରମ୍ଭ ହୋଇଛି । ସ୍କୁଲରେ ଏବେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଭଲ ରହୁଛି । ପ୍ରାୟ ୭୦ ପ୍ରତିଶତ ଛାତ୍ର ଛାତ୍ରୀ ବିଦ୍ୟାଳୟ ଆସୁଛନ୍ତି । ପିଲାଙ୍କ ମଧ୍ୟରେ ସ୍କୁଲ ଆସିବାକୁ ଆଗ୍ରହ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.