ସମଲିଙ୍ଗୀ ପୋଲିସ ଦମ୍ପତ୍ତି ନିଜ ଲୋକଙ୍କ ଡରରେ ମାଗିଲେ ସୁରକ୍ଷା, ଏସ୍‌ପିଙ୍କୁ ଆକ୍ସନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Published By : Prameya-News7 Bureau | July 27, 2020 IST

ଅହମ୍ମଦାବାଦ, ୨୭|୦୭ : ସମଲିଙ୍ଗୀ ପୋଲିସ ଦମ୍ପତ୍ତିଙ୍କ ପ୍ରେମରେ ବାଧା ସାଜିଲେ ପରିବାର ଲୋକେ । ସମାଜ ମଧ୍ୟ ଗ୍ରହଣ କଲାନି । ଶତ୍ରୁ ହୋଇଗଲେ ଆତ୍ମୀୟ ଯ ଏପରି ଜୀବନରେ ମାରିଦେବାକୁ ମଧ୍ୟ ଦେଲେ ଧମକ । ଅନ୍ୟ ଉପାୟ ନପାଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଏହି ସମଲିଙ୍ଗୀ ଦମ୍ପତ୍ତି । କୋର୍ଟ ମଧ୍ୟ ମାମଲାର ଶୁଣାଣି କରି ସେମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ, ଗୁଜୁରାଟର ଭାବନଗର ଓ ମହିସାଗର ଥାନାରେ ୨ ଜଣ ପୋଲିସ କନଷ୍ଟେବଳ ଚାକିରୀ କରିଛନ୍ତି । ଏହି ୨୪ ବର୍ଷୀୟ ୨ କନଷ୍ଟେବଳଙ୍କ ମଧ୍ୟରେ ଦୀର୍ଘ ୩ ବର୍ଷ ଧରି ପ୍ରେମ ସମ୍ପର୍କ ରହିଛି । କିନ୍ତୁ ଉଭୟେ ହେଉଛନ୍ତି ସମଲିଙ୍ଗୀ । ଏହି କଥା ସେମାନଙ୍କ ପରିବାର ଲୋକେ ଜାଣିବା ପରେ ଉଭୟଙ୍କୁ ବୁଝାସୁଜା କରିଥିଲେ । କିନ୍ତୁ ସେମାନେ ନବୁଝିବାରୁ ଏବେ ପରିବାର ଲୋକେ ଉଭୟଙ୍କ ଧମକ ଚମକ ଦେବା ଆରମ୍ଭ କରିଛନ୍ତି । ଏନେଇ ଦମ୍ପତ୍ତି ଜିଲ୍ଲା ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ହୋଇନଥିଲା । ଏହାପରେ ଉଭୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସେମାନେ କୋର୍ଟରେ କହିଥିଲେ ଯେ, ପରସ୍ପରକୁ ପ୍ରେମ କରନ୍ତି । ଏକାଠି ରହିବାକୁ ଚାହାଁନ୍ତି । ଦୀର୍ଘ ୩ ବର୍ଷ ଧରି ସେମାନଙ୍କ ମଧ୍ୟରେ ସମ୍ପର୍କ ରହିଛି । କିନ୍ତୁ ସମାଜ ଏହାକୁ ସ୍ୱୀକୃତି ଦେଉନାହିଁ । ପରିବାର ଲୋକେ ମଧ୍ୟ ଧମକ ଚମକ ଦେଉଛନ୍ତି । କୋର୍ଟ ମାମଲାର ଶୁଣାଣି କରି ଏସ୍‌ପିଙ୍କୁ ସେମାନଙ୍କ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.