Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପୁଣି ସମଲିଂଗୀ ବିବାଦ : ନାବାଳିକା ପ୍ରେମିକା ପାଇଁ ଜୟପାଟଣା ଥାନାରେ ଅଡି ବସିଛି ସମଲିଂଗୀ ବାନ୍ଧବୀ

23/01/2019 at 5:27 PM

ଭବାନୀପାଟଣା ୨୩|୧: ପଟ୍ଟାମୁଣ୍ଡାଇରେ ସମଲିଙ୍ଗୀ ବିବାହ ବିବାଦ ସମାଧାନ ହୋଇ ନଥିବାବେଳେ ଏବେ କଳାହାଣ୍ଡି ଜୟପାଟଣାରେ ପୁଣି ସମଲିଙ୍ଗୀ ବିବାହ ମାମଲାକୁ ନେଇ ଥାନାରେ ହାଇଡ୍ରାମା । ନାବାଳିକା ପ୍ରେମିକାକୁ ସାଙ୍ଗରେ ନେବାକୁ ଥାନାରେ ବସି ରହିଛି ସମଲିଙ୍ଗି ପ୍ରେମିକ । ଉଭୟଙ୍କ  ପରିବାର ପୋଲିସ ଆପୋସ ବୁଝାମଣା ପାଇଁ ଚେଷ୍ଟା କରି ଶେଷରେ ବିଫଳ ହୋଇଛନ୍ତି ….  

ପୁଣି ସମଲିଙ୍ଗୀ ବିବାଦକୁ ନେଇ ଥାନାରେ ହାଇଡ୍ରାମା  । ନିକଟରେ ପଟମୁଣ୍ଡାଇରେ ସମଲିଙ୍ଗୀ ବିବାହ ବିବାଦ ସମାଧାନ ହୋଇନଥିବା ବେଳେ ଏବେ କଳାହାଣ୍ଡି ଜୟପାଟଣାରୁ ଆସିଛି ସମାନ ଅଭିଯୋଗ । ଦୁଇ ସମଲିଙ୍ଗୀଙ୍କ ମଧ୍ୟରେ ବିବାହ ପ୍ରସଙ୍ଗରେ ଥାନାରେ ହାଇଡ୍ରାମା ଦେଖିବାକୁ ମିଳିଛି ।  ଘରଲୋକ ନାବାଳିକା ଜଣଙ୍କୁ ତାଙ୍କ ପ୍ରେମିକଠାରୁ ଯୋର ଜବରଦସ୍ତ ଅଲଗା କରିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତ ଯୁବତୀ ପ୍ରେମିକ । ପରିବାର ସଦସ୍ୟଙ୍କ ଚାପରେ ନବମ ଶ୍ରେଣୀ ଛାତ୍ରୀ ଜଣଙ୍କ ପାଟି ଖୋଲୁନଥିବା  ସେ ଅଭିଯୋଗ କରିଛନ୍ତି  ।

ଉଭୟ ୩ଦିନ ପୂର୍ବରୁ ଘରୁ ଫେରାର ହୋଇ ଯାଇଥିଲେ ।  ଦଶପଲ୍ଲାରୁ ଉଭୟଙ୍କୁ ଠାବ କରି ନାବାଳିକାକୁ ଫେରାଇ ଆଣିଥିଲେ ପରିବାର ଲୋକେ ।  ଫେରାର ଘଟଣାକୁ ନାବାଳିକା ଜଣକ ସ୍ବୀକାର କରିଛି । କିନ୍ତୁ ବର୍ତ୍ତମାନ ଉକ୍ତ ଯୁବତୀଙ୍କ  ସହିତ ଯିବାକୁ ମନା କରିଛି । ତେବେ  ନାବାଳିକା ଜଣଙ୍କ ପରିବାର ଚାପରେ ବୟାନ ବଦଳାଉଥିବା ତାଙ୍କର ପ୍ରେମିକ ଅଭିଯୋଗ କରିଛନ୍ତି

ଉଭୟଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।

   Related Posts