‘ବାପା ଏବେ ସ୍ବାଧୀନ ଏବଂ ତାଙ୍କର ନିଜସ୍ବ ନିଷ୍ପତ୍ତି ନେବାର ଅଧିକାର ଅଛି’ : ସମ୍ବିତ ରାଉତ

Published By : Prameya-News7 Bureau | March 10, 2019 IST

ଭୁବନେଶ୍ବର ୧୦|୩ : ଦିଲ୍ଲୀରୁ ଫେରି ଗଣମାଧ୍ୟମରେ ପାରାଦୀପ ବିଧାୟକ ତଥା ବରିଷ୍ଠ ନେତା ଦାମୋଦର ରାଉତ ପ୍ରତିକ୍ରିୟା ରଖିବା ପରେ ବିଜେଡିରେ ଥିବା ଦାମଙ୍କ ପୁଅ ସମ୍ବିତ ରାଉତ କହିଛନ୍ତି ଯେ, ବାପା ଏବେ ସ୍ବାଧୀନ ଅଛନ୍ତି ଏବଂ ତାଙ୍କର ନିଜସ୍ବ ନିଷ୍ପତ୍ତି ନେବାର ଅଧିକାର ରହିଛି । ସେ ଯାହା ନିଷ୍ପତ୍ତି ନେବେ ସେତେବେଳେ ରଣନୀତି କଣ ହେବ ଦେଖାଯିବ । ଆଶା କରୁଛି ନିଷ୍ପତ୍ତି ନେବା ବେଳେ ପୁଅର କ୍ୟାରିୟର ପ୍ରତି ଧ୍ୟାନ ଦେବେ ବୋଲି ସମ୍ବିତ କହିଛନ୍ତି । ସେ କହିଛନ୍ତି ଯେ, ସେ ଏବେ ବିଜେଡିରେ ଅଛନ୍ତି, ହାଇକମାଣ୍ଡ ଯାହା କାମ ଦେଉଛନ୍ତି ଶୃଙ୍ଖଳାର ସହିତ କରୁଛି। ଅପେକ୍ଷା କରିଛି ମୋତେ କି ପ୍ରୋତ୍ସାହନ ମିଳୁଛି ବୋଲି ସମ୍ବିତ କହିଛନ୍ତି ।

{"id":92135}

ସୂଚନାଯୋଗ୍ୟ ଯେ, ପାରାଦୀପ ବିଧାୟକ ତଥା ବରିଷ୍ଠ ନେତା ଦାମୋଦର ରାଉତ ହଠାତ୍ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ ଦାମ । ଦିଲ୍ଲୀରୁ ଫେରିବା ପରେ ଦାମ କହିଥିଲେ ଯେ, ଦିଲ୍ଲୀରେ ସେ ଧର୍ମେନ୍ଦ୍ରଙ୍କ ସହିତ ଆଲୋଚନା କରିଛନ୍ତି । ସେହି ସମୟରେ ସେ ଗୋଟିଏ ସର୍ତ୍ତ ମଧ୍ୟ ରଖିଛନ୍ତି । ଗୋଟିଏ ପଟେ ସେ କହିଛନ୍ତି ଯିଏ ସର୍ତ୍ତ ପୂରଣ କରିବ ସେ ଦଳରେ ସେ ମିଶିବେ ସେପଟେ କିନ୍ତୁ ଏ ଆଭାସ ବି ଦେଇଛନ୍ତି ଲୁଣି ପାଣିରେ ପଦ୍ମ ଫୁଟାଇବେ । ଯାହା ସୂଚନା ଦେଉଛି ଯେ, ସେ ପାରାଦୀପରୁ ହିଁ ବିଜେପି ପାଇଁ ଦାବିଦାର ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.