ନବୀନ ନିବାସରେ ଦ୍ବିତୀୟ ଥର ପାଇଁ ନବୀନଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତ, ଟିକଟ ପାଇବା ନେଇ ଚର୍ଚ୍ଚା

Published By : Prameya-News7 Bureau | March 18, 2019 IST

ଭୁବନେଶ୍ବର୧୮|୩ : ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ନେଇ ଘୋଷଣା ସରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏ ନେଇ ସୂଚନା ଦେଇସାରିଥନ୍ତି । ତେବେ ଆଜି ମଧ୍ୟ ନବୀନ ନିବାସରେ ନେତା ଓ କର୍ମୀଙ୍କ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲାରୁ ନେତା ଓ କର୍ମୀମାନେ ଆସି ନବୀନ ନିବାସରେ ନବୀନଙ୍କୁ ଭେଟୁଛନ୍ତି ।

ଏ ଭିତରେ ଆଜି ପୁଣି ଥରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତ ନବୀନ ନିବାସରେ ପହଞ୍ଚିଛନ୍ତି । ପୂର୍ବରୁ ମଧ୍ୟ ସେ ନବୀନ ନିବାସକୁ ଯାଇଥିଲେ । ସେହି ସମୟରେ ସେ ପାରାଦ୍ବୀପରୁ ଲଢିବା ପାଇଁ ଇଚ୍ଛୁକ ଥିବା କଥା କହିଥିଲେ । ତେବେ ସମ୍ବିତଙ୍କ ବାପା ତଥା ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ଯୋଗଦେବା ପରେ ପୁଣି ଥରେ ସମ୍ବିତ ନବୀନ ନିବାସ ଯିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ପାରାଦୀପରୁ ଟିକଟ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.