ଦାମଙ୍କ ପରିବାରର ପଲିଟିକାଲ ଡ୍ରାମା : ସମ୍ବିତ କହୁଛନ୍ତି ବାପା ବିଜେପିରେ ଖୁସି ନାହାଁନ୍ତି, ଏପଟେ ଦାମ କହୁଛନ୍ତି ମୁଁ ବିଜେପିରେ ବହୁତ ଖୁସି

Published By : Prameya-News7 Bureau | June 07, 2019 IST

ପୁଣି ଦାମଙ୍କ ପରିବାରର ପଲିଟିକାଲ ଡ୍ରାମା । ନିର୍ବାଚନ ପୂର୍ବରୁ ବାପା ଗୋଟେ ଦଳରୁ ପ୍ରାର୍ଥୀ ତ ପୁଅ ଆଉ ଗୋଟେ ଦଳରୁ । ସେତେବେଳେ ବାପା ଦାମୋଦର ରାଉତ ଓ ପୁଅ ସମ୍ବିତ ରାଉତରାୟଙ୍କ କାହାଣୀ କେତେ ଚର୍ଚା ନ ହୋଇଛି । ଏବେ ନିର୍ବାଚନ ସରିବା ପରେ ପୁଣି ଆଉ ଏକ ପଲିଟିକାଲ ଫ୍ୟାମିଲି ଡ୍ରାମା ଆରମ୍ଭ ହୋଇଛି । ଏଥର କେନ୍ଦ୍ର ବିନ୍ଦୁ ବାପା ଦାମୋଦର ରାଉତ ନୁହଁନ୍ତି ବରଂ ପୁଅ ସମ୍ବିତ ହିଁ ପାଲଟିଛନ୍ତି । କହିଛନ୍ତି ବାପା ବିଜେପିରେ ଖୁସି ନାହାଁନ୍ତି । ଆଉ ଏହାର ଜବାବରେ ବାପା ତୁରନ୍ତ ପ୍ରତିକ୍ରିୟା ରଖି କହିଛନ୍ତି ମୁଁ ବିଜେପିରେ ବହୁ ଖୁସି ଅଛି ଆଉ କେଉଁ ଦଳକୁ ଯିବାର ନାହିଁ ।…

{"id":120757}

ବିଜେପିରେ ରହିବେ ନା ବିଜେଡିକୁ ଫେରିବେ। ଦାମ ରାଉତ ୟୁଟର୍ଣ୍ଣ କରିବେ ବୋଲି ଚର୍ଚ୍ଚା ଆଜି ପଲିଟିକାଲ କରିଡରରେ ଚାଲିଥିବା ବେଳେ ପୁଣି ଦାମ ଏଥିରେ ନୂଆ କଥା ଯୋଡ଼ିଛନ୍ତି । କଥା ଆରମ୍ଭ ହୋଇଥିଲା ଦାମଙ୍କ ପୁଅ ତଥା ପାରାଦୀପ ବିଧାୟକ ସନ୍ଦୀପ ରାଉତରାୟଙ୍କ ବଚନରୁ। ନିର୍ବାଚନ ହାରିଯିବା ପରେ ବାପା କଣ ରିଟାୟର ହେବେ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ବାପା ଡିସପୋଜେବ୍‌ଲ ଆଇଟମ ନୁହନ୍ତି । କିନ୍ତୁ ଏହାବାଦ୍ ସମ୍ବିତ ଯେଉଁ ଭିତିରି କଥା ଗଣ ମାଧ୍ୟମ ଆଗରେ ଖୁଲାସା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

{"id":120758}

କଥାଟା ହେଲା ଯେ ଦାମ ବାବୁ ବିଜେପିକୁ ଯାଇ ଖୁସି ନାହାଁନ୍ତି ବୋଲି ସେ ଅନୁଭବ କରୁଛନ୍ତି। ଦାମ ବିଜେପିରେ ଖୁସି ନାହାଁନ୍ତି ଏକଥା ସମ୍ବିତ କହିବା ପଛରେ ରହସ୍ୟ କଣ ତାକୁ ନେଇ ଆଗକୁ ହଟଚମଟ ହେବାକୁ ଯାଉଛି । ପ୍ରଶ୍ନ ଉଠୁଛି ଏକଥା କଣ ଦାମ ବାବୁ ନିଜ ପରିବାର ଭିତରେ ଜଣାଇଛନ୍ତି କି ଯେ ସେ ବିଜେପିରେ ଖୁସି ନାହାଁନ୍ତି ବୋଲି । ନା ନିଜେ ବିଜେଡି ବିଧାୟକ ହୋଇଯିବା ପରେ ବାପାଙ୍କୁ ବିଜେଡିକୁ ପୁଣି ଫେରାଇବାକୁ ପୁଅ ସମ୍ବିତ ଏଭଳିକାର୍ଡ ଖେଳିଛନ୍ତି । ସମ୍ବିତ ପୁଣି କହିଛନ୍ତି ଯେ ବାପା ନିର୍ବାଚନ ପୂର୍ବରୁ ବିଜେପିକୁ ଡେଇଁଥିବାରୁ ତାଙ୍କୁ ଲୋକେ ଗ୍ରଣ ନକରିବାରୁ ସେ ହାରିଲେ । ଶୁଣନ୍ତୁ ସମ୍ବିତଙ୍କ କଥା ।

{"id":120759}

ଦାମ ଏବେ ବିଜେପିରେ ଅଛନ୍ତି । ବିଜେପିର ସବୁ ପାର୍ଟି ମିଟିଙ୍ଗ ବି ଆଟେଣ୍ଡ କରୁଛନ୍ତି । ତାହାଲେ ପୁଅ ସମ୍ବିତ କହୁକହୁ ବହୁ ଅକୁହା କଥା କିପରି ଓ କାହିଁକି ଗଣ ମାଧ୍ୟମ ଆଗରେ ରଖିଲେ ଏବଂ ଏହାପଛର ରହସ୍ୟ କଣ ତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ଏକଥା ସମସ୍ତେ ଜାଣନ୍ତି ଯେ ଦାମ ନିଜେ ବିଜେପିରୁ ଲଢୁଥିଲେ ବି ପୁଅ ସମ୍ବିତ ବିଜେଡିରୁ କିଭଳି ଜିତିବେ ସେଥିପାଇଁ ବାପା ହିସାବରେ ଆପ୍ରାଣ ଉଦ୍ୟମ ବି କରିଥିଲେ ।

{"id":120760}

ନିଜର ପୁରୁଣା ଅନୁଗତଙ୍କୁ ପୁଅ ସମ୍ବିତକୁ ଜିତାଇବାକୁ ଅନୁରୋଧ କରିଥିଲେ । ଏପରିକି ନିଜ ପାଇଁ ବି ସେ ଏତେ ପ୍ରଚାର କରିନଥିଲେ  ବୋଲି ଚର୍ଚ୍ଚା ହେଉଥିଲା। ଏବେ ପୁଅ ସମ୍ବିତ ବୋଧେ ବାପାଙ୍କ ଋଣ ସୁଝିବା ମୁଡ୍ ରେ । ଶୁଣନ୍ତୁ ବାପା ଦାମୋଦର ରାଉତ କଣ କହୁଛନ୍ତି । ଠିକ୍ ସମ୍ବିତଙ୍କ ଓଲଟା । ସେ ବିଜେପିରେ ବହୁତ ଖୁସି ବୋଲି ଦାମ କହିଛନ୍ତି । ସେ ପୁଅ ହିସାବରେ ନୁହେଁ ବରଂ ବିଜେଡିର ପାରାଦ୍ବୀପ ବିଧାୟକ ହିସାବରେ ସମ୍ବିତ କଣ କହିଥିବ ବୋଲି ଦାମ ପ୍ରତିକ୍ରିୟା ରଖିଛନ୍ତି । 

{"id":120761}

 

ରାଜନୀତି ଯେତିକି ଡ୍ରାମା ବି ସେତିକି । ପୁଅ ତାଙ୍କ କଥା କହୁଛନ୍ତି ବାପା ତାଙ୍କ କଥା କହୁଛନ୍ତି। ତେଣୁ ଲୋକେ ହିଁ କେବଳ ବିଚାର କରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.