ନୂଆଦିଲ୍ଲୀ ୧୦/୦୯ : କାଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ସରଗରମ ହୋଇଛି ରାଜନୀତି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଜାମ୍ମୁ କାଶ୍ମୀର ଆଜି ଯେଉଁ ସମସ୍ୟା ରହିଛି ସେଥିପାଇଁ କଂଗ୍ରେସ ଦଳ ଏବଂ ଜବାହାରଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି । ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଜବାବ ଦେବାକୁ ଯାଇ ସମ୍ବିତ ପାତ୍ର ଶୁକ୍ରବାର କହିଛନ୍ତି, କାଶ୍ମୀରରେ ଯେଉଁଭଳି ପରିସ୍ଥିତି ଆଜି ଯାଏଁ ଜାରି ରହିଛି ସେଥିପାଇଁ କଂଗ୍ରେସର ତୁଷ୍ଟିକରଣ ନୀତି ହିଁ ଦାୟୀ ।
ସମ୍ବିତ କହିଛନ୍ତି, ‘ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଶେଷ କରିବା ପାଇଁ ଯେତେବେଳେ ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ଠିଆ ହୋଇଥିଲେ ସେତିକି ବେଳେ ସୋନିଆ ଗାନ୍ଧିଙ୍କ ଇଙ୍ଗିତରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏହା ଏକ ଦ୍ବିପାକ୍ଷିକ ମାମଲା ଏବଂ ଏଥିପାଇଁ ପାକିସ୍ତାନକୁ ପଚରାଯିବା ଉଚିତ ବୋଲି କହିଥିଲେ ।’
{"width":683,"height":384}ଏହା କାଶ୍ମୀରକୁ ନେଇ କଂଗ୍ରେସର ଚିନ୍ତାଧାରା ବୋଲି ସମ୍ବିତ ପାତ୍ର କହିଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ସେଠାଷର ଏବେ ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାମ୍ମୁ କାଶ୍ମୀରରେ ଜନସାଧାରଣଙ୍କ ଅଧିକାରକୁ ସମାନତା ଦିଆଯାଉଛି । ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ସମ୍ବିତ ପାତ୍ର କହିଛନ୍ତି, ଧାର୍ମିକ ଗସ୍ତ ସମୟରେ ରାହୁଲ ଗାନ୍ଧି ରାଜନୈତିକ ବୟାନ ଦେଉଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ତାଙ୍କର ଚିନ୍ତାଧାରା କେଉଁଭଳି ହୋଇଥିବ ।
ସେ ଆହୁରି ମଧ୍ୟ କହିଛନ୍ତି ରାହୁଲ, ସୋନିଆ ଗାନ୍ଧିଙ୍କ ସୁସମ୍ପର୍କ ଥିବା ବ୍ୟକ୍ତିମାନଙ୍କ କଥା କହୁଛନ୍ତି । ହିନ୍ଦୁ ପରମ୍ପରାକୁ ନେଇ ରାହୁଲ ଗାନ୍ଧି ସମାଲୋଚନାର ଶିକାର ହୋଇଛନ୍ତି । ଜିଏସ୍ଟି ସହ ମା ଲକ୍ଷ୍ମୀଙ୍କ ତୁଳନା କରିବାକୁ ନେଇ ସମ୍ବିତ ପାତ୍ର କହିଛନ୍ତି, ‘କିଛି ଦିନ ପୂର୍ବରୁ ଜିଏସ୍ଟିକୁ ଗବର ସିଂହ ଟ୍ୟାକ୍ସ ବୋଲି କହୁଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉ ଏବେ ମା ଲକ୍ଷ୍ମୀଙ୍କ ସହିତ ତୁଳନା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ମାତାର ଶକ୍ତି ବଢିଥିବା ବେଳେ ରାହୁଲ ଗାନ୍ଧି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି