ଯଦି ରକ୍ଷକ ସୁରକ୍ଷିତ ନୁହନ୍ତି, ତେବେ ଲୋକ କେତେ ସୁରକ୍ଷିତ ? - ସମ୍ବିତ ପାତ୍ର

Published By : Prameya-News7 Bureau | September 28, 2021 IST

ଭୁବନେଶ୍ବର ୨୮।୯: ପୁରୀ ଜିଲ୍ଲା ବଳଙ୍ଗା ଥାନା ବିସ୍ଫୋରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି, ପିପିଲିର ଅନେକ ଅଞ୍ଚଳ ବଳଙ୍ଗା ଥାନା ଅଧିନରେ ଆସୁଛି । ଏସଡିପିଓ ମଧ୍ୟ ପିପିଲି ଅଞ୍ଚଳର ଲୋକ । ଉପନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ପିପିଲିରେ ଗ୍ୟାଙ୍ଗୱାର ଅନେକ ବର୍ଷ ହେବ ଚାଲୁଛି । ସାତଶଙ୍ଖ ବିଜେପି କାର୍ଯ୍ୟାଳୟରେ ମଧ୍ୟ ବୋମା ପକାଇଲେ । ଏବେ ଥାନାରେ ପଡ଼ିଲା । ଯଦି ରକ୍ଷକ ସୁରକ୍ଷିତ ନୁହନ୍ତି । ତେବେ ଲୋକ କେତେ ସୁରକ୍ଷିତ ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି ।  

ବାଣ ଯଦି ଥିଲା କେତେ ଦିନ ଯାଏଁ ରହିପାରିବ । ନିଷ୍କ୍ରିୟ କାହିଁକି କରାଯାଇନଥିଲା । ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି । ବିଜେଡ଼ି ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି । ଏ ପ୍ରସଙ୍ଗରେ ବିଜେପି ନିର୍ବାଚନ କମିଶନଙ୍କ ନିକଟକୁ ଯିବ । ନିର୍ବାଚନ ସମୟରେ ଏପରି ହେବା ଗଣତନ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି । ଯଦି ପୋଲିସ ସୁରକ୍ଷିତ ନୁହେଁ । ତେବେ ଲୋକଙ୍କୁ ସନ୍ଦେଶ ଯାଉଛି ଯେ, ଆମେ ସୁରକ୍ଷିତ ନୁହେଁ ବୋଲି ସମ୍ବିତ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.