Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଗଲା ଧର୍ମଶାଳା ଜମି ବିକ୍ରି ଠିକ୍ ନୁହେଁ : ସମ୍ବିତ ପାତ୍ର

22/08/2020 at 10:07 AM

ଭୁବନେଶ୍ବର ୨୨।୮: ବଗଲା ଧର୍ମଶାଳା ଜମି ବିକ୍ରି ଠିକ୍ ନୁହେଁ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ସମ୍ବିତ ଅଭିଯୋଗ କରିଛନ୍ତି ଯେ ସେହି ଜମିକୁ ଓଡିଶା ସରକାର ଏବଂ ପୁରୀ ଜିଲ୍ଲା ପ୍ରଶାସନ ପ୍ଲଟିଂ କରି ଲଜିଂ ମାଲିକମାନଙ୍କୁ ବେଆଇନ ଭାବରେ ବିକ୍ରି କରୁଛନ୍ତି । ଏହା ବେଆଇନ ବୋଲି ସେ କହିଛନ୍ତି । ଏନେଇ ଦିନିକିଆ ପୁରୀ ଗସ୍ତରେ ଯିବେ ସମ୍ବିତ ପାତ୍ର ।

ବଗଲା ଧର୍ମଶାଳା ନିରୀକ୍ଷଣ କରିବା ସହ ଲୋକ ପ୍ରତିନିଧି ଓ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିବେ। ଧର୍ମଶାଳକୁ ନେଇ ବିଶେଷ ତଥ୍ୟ ରଖିବା ନେଇ ଶନିବାର ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବା ନେଇ ସୂଚନା ମିଳିଛି ।

୧୧୫ବର୍ଷ ପୂର୍ବରୁ କହ୍ନେୟା ଲାଲ ବଗଲା ଏହି ଧର୍ମଶାଳାକୁ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ଦାନ ଦେଇଥିଲେ । ତେଣୁ ଏହି ଜମି ବିକ୍ରି ବେଆଇନ ବୋଲି ସେ ମତ ରଖିଛନ୍ତି ।

   Related Posts