Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ବିଜେପି ନେତ୍ରୀଙ୍କ ବିବାଦୀୟ ବୟାନ ପରେ ମୁହଁ ଖୋଲିଲେ ସମ୍ବିତ ପାତ୍ର: କହିଲେ, ‘ପୁରୀ ସମଗ୍ର ବିଶ୍ବର କେନ୍ଦ୍ର ବିନ୍ଦୁ’

18/11/2020 at 8:14 PM

ଭୁବନେଶ୍ବର୧୮/୧୧: ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀଙ୍କ ବିବାଦୀୟ ବୟାନ ପରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମୁହଁ ଖୋଲିଛନ୍ତି। ଏ ସଂପର୍କରେ ସୋସିଆଲ ମିଡିଆରେ ସମ୍ବିତ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପୁରୀ ସମଗ୍ର ବିଶ୍ବର କେନ୍ଦ୍ର ବିନ୍ଦୁ। ପୁରୀ ଭଳି ପବିତ୍ର ସ୍ଥାନ ପାଇଁ ଓଡିଶା ସମଗ୍ର ବିଶ୍ବରେ ପରିଚିତ। ଗତ ସାଧାରଣ ନିର୍ବାଚନରେ, ସେ ପୁରୀରୁ ନିର୍ବାଚନ ଲଢ଼ୁଥିଲେ। ସେଥିପାଇଁ ସମସ୍ତେ ସମ୍ବିତ ପାତ୍ରଙ୍କୁ ଚିହ୍ନ ପାରିଲେ। ଜଗନ୍ନାଥ ଧାମ ପୁରୀ ପାଇଁ ଓଡିଶା ପରିଚିତ। ପୁରୀ ଧାମ ସମଗ୍ର ଭାରତ ଏବଂ ଓଡିଶାର ଗର୍ବ । କରୋନାର SOP ଅନୁସରଣ କରି ଭକ୍ତମାନଙ୍କ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଦ୍ୱାର ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ସମ୍ବିତ। ଶୁଣନ୍ତୁ ସମ୍ବିତ କଣ କହୁଛନ୍ତି…

ବିଜେପି  ପୁରୀ ସଂପର୍କୀତ ବୟାନ ଦେଇ ବିବାଦୀୟ ହୋଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ବିବାଦ ଥମୁନି। ସେ କହିଥିଲେ, ସମ୍ବିତ ପାତ୍ରଙ୍କ ଯୋଗୁଁ ପୁରୀକୁ ସମସ୍ତେ ଜାଣିଲେ। ଏହି କଥାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଖେଳି ଯାଇଥିଲା। ବିଜେଡି ଏବଂ କଂଗ୍ରେସ ଉଭୟ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଉପରେ ବର୍ଷିଥିଲେ। ଏପରି କି ପୁରୀ ସେବାୟତମାନେ ବିଜେପି ନେତ୍ରୀଙ୍କ ଏଭଳି କଥାକୁ ପ୍ରତିବାଦ କରିଥିଲେ।

   Related Posts