ଲାଇଭ୍ ଡିବେଟରେ ଯୋଗ୍ୟତା ପଚାରିଲେ କହ୍ନେୟା, ସିଧା ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ ସମ୍ବିତ ପାତ୍ର

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ, ୦୪/୧୨:    ଉତ୍ତର ପ୍ରଦେଶ ଓ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତା ରଣନୀତି ପ୍ରସ୍ତୁତ କରିବାରେ ଲାଗିଲେଣି । ପ୍ରତିଦିନ ଅନେକ ଗଣମାଧ୍ୟମରେ ନିର୍ବାଚନୀ ପ୍ରସଙ୍ଗକୁ ନେଇ ବିତର୍କ କାର୍ଯ୍ୟକ୍ରମ ହେଉଛି । ଯାହାର କିଛି କିଛି ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାମଧ୍ୟରେ ଏକ ଜାତୀୟ ଗଣମାଧ୍ୟମରେ ବିଜେପି ନେତା ସମ୍ବିତ ପାତ୍ର ଓ କଂଗ୍ରେସ ନେତା କହ୍ନେୟା କୁମାରଙ୍କ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସମ୍ବିତ ସୋନିଆ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତା କଣ ବୋଲି ପ୍ରଶ୍ନ କରିଛନ୍ତି ।

ସୂଚନାନୁସାରେ, ଶୁକ୍ରବାର ଏକ ଜାତୀୟ ଗଣମାଧ୍ୟମରେ ବିତର୍କ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ସମ୍ବିତ ପାତ୍ର ଓ କହ୍ନେୟା କୁମାର ସାମିଲ ଥିଲେ । ଏଥିରେ ସମ୍ବିତଙ୍କୁ କହ୍ନେୟା ଆଇଟିଡିସିର ଅଧ୍ୟକ୍ଷ କରାଯିବାକୁ ନେଇ ଟାର୍ଗେଟ୍ କରିଥିଲେ । ଏହାପରେ ସମ୍ବିତ ନିଜର ଶିକ୍ଷାଗତ ଯୋଗ୍ୟତା ବାବଦରେ କହିଥିଲେ । ସେ ଏକ ଡାକ୍ତର ଅଟନ୍ତି । ପ୍ରଧାନମନ୍ତ୍ରୀ ହେବା ପାଇଁ ସୋନିଆ ଗାନ୍ଧୀ କଣ ପଢିଛନ୍ତି ବୋଲି ସମ୍ବିତ ପ୍ରଶ୍ନ କରିଥିଲେ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଥମେ କହ୍ନେୟା କହୁଛନ୍ତି ଯେ, ସମ୍ବିତ କଣ କୋହିନୂର କି ଯେଉଁଥିପାଇଁ ତାଙ୍କୁ ଆଇଟିଡିସିର ଅଧ୍ୟକ୍ଷ କରାଯାଇଛି । ପ୍ରତିଦିନ ସମ୍ବିତ ଟିଭିରେ ଲଢୁଛନ୍ତି ତେଣୁ ଏହି ପଦବୀ ଦିଆଯାଇଛି ବୋଲି କଟାକ୍ଷ କରିଥିଲେ କହ୍ନେୟା  । ଏହି ବୟାନ ପରେ ରାଗି ଯାଇଥିଲେ ସମ୍ବିତ ।

wp:html /wp:html

ସମ୍ବିତ କହିଥିଲେ ଯେ, ସେ ପାଠଶାଠ ପଢିଛନ୍ତି । ବ୍ୟବହାର ହିଁ ସେମାନଙ୍କର ପରିଚୟ ଦେଇଥାଏ । ଯୋଗ୍ୟତା ଆଧାରରେ ତାଙ୍କୁ ପଦବୀ ମିଳିଛି । ସେ ଏମବିବିଏସ, ଏମଏସ ଓ ଏମଆରସିଏସ ପଢିଛନ୍ତି । ୨୦୦୦ରେ ସେ ୟୁପିଏସସି ପରୀକ୍ଷାରେ ୧୯ ରାଙ୍କ୍ ପାଇଥିଲେ । ସେତେବେଳେ ଦେଶରେ କଂଗ୍ରେସ ସରକାର ଥିଲା । ବିଜେପି ୟୁପିଏସସି ରାଙ୍କ୍ ଦେଇନଥିଲା ।ଏପରିକି ସେ ଡାକ୍ତର । ତାଙ୍କୁ ଅପମାନ କରାଯାଉଛି ବୋଲି ସମ୍ବିତ କହିଥିଲେ । ଏପରିକି କିଛି ବ୍ୟକ୍ତି ସରକାରୀ ଅର୍ଥରେ ୫୦ ବର୍ଷ ହେଲା ମଉଜ କରୁଛନ୍ତି ବୋଲି ସେ  କଟାକ୍ଷ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.