Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ବିଜେପି ମୁଖପାତ୍ର ସମ୍ବିତ ପାତ୍ର ହସ୍ପିଟାଲରେ ଭର୍ତ୍ତି : କରୋନା ଲକ୍ଷଣ ପରିଲକ୍ଷିତ

28/05/2020 at 2:38 PM

ନୂଆଦିଲ୍ଲୀ ୨୮/୦୫ : ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଗୁଡ଼ଗାଁଓର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସମ୍ବିତଙ୍କ ମଧ୍ୟରେ କରୋନା ଲକ୍ଷଣ ପରିଲକ୍ଷିତ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସମ୍ବିତ ପାତ୍ର ବିଜେପିର ଜଣେ ଆଗଧାଡ଼ିର ନେତା | ସେ ଅଧିକାଂଶ ସମୟରେ ଟିଭିରେ ଡିବେଟ ଶୋ’ରେ ଭାଗ ନିଅନ୍ତି | ୨୦୧୯ ଲୋକସଭା ନିର୍ବାଚନରେ ସେ ଓଡିଶାର ପୁରୀ ଆସନରୁ ପ୍ରାର୍ଥୀ ହୋଇଥିଲେ |

ଦେଶରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬ ହଜାର ୫୬୬ ଜଣ କରୋନା ସଂକ୍ରମଣର ଶିକାର ହୋଇଥିବାବେଳେ ୧୯୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି | ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୩୩୩ ରେ ପହଞ୍ଚିଛି | ଏ ପର୍ଯ୍ୟନ୍ତ କରୋନା ଯୋଗୁଁ ୪ ହଜାର ୫୩୧ ଜଣଙ୍କର ମୃତ୍ୟୁ ହୋଇସାରିଛି | ୬୭ ହଜାର ୬୯୨ ଜଣ ସୁସ୍ଥ ମଧ୍ୟ ହୋଇସାରିଛନ୍ତି |

   Related Posts