Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ପାକ୍ ଫେଷ୍ଟରେ ଶଶି ଥରୁରଙ୍କ ବୟାନକୁ ନେଇ ହଙ୍ଗାମା, ବିଜେପି କହିଲା- ଭାରତକୁ ପରିହାସ କରିଛି କଂଗ୍ରେସ

18/10/2020 at 5:26 PM

ନୂଆଦିଲ୍ଲୀ ୧୮।୧୦: କଂଗ୍ରେସ ନେତା ଶଶି ଥରୁର ପାକିସ୍ତାନ ମଞ୍ଚରେ ଦେଇଥିବା ବିବାଦୀୟ ବୟାନକୁ ରାଜନୀତି ଜୋର ଧରିଛି। ଥରୁରୁଙ୍କ ଏହି ଟିପ୍ପଣୀ ପରେ  ବିଜେପି ଆକ୍ରମଣାତ୍ମକ ହୋଇ ଉଠିଛି। ବିଜେପି ଏବେ ଥରୁରଙ୍କୁ ପାଲଟା ଜବାବ ଦେଇଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ଶଶି ଥରୁର ଲାହୋର ଲିଟ୍ ଫେଷ୍ଟରେ ଯାହା କିଛି କହିଲେ, ସମସ୍ତେ ଶୁଣିଛନ୍ତି।

ରବିବାର ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ର କହିଛନ୍ତି କଂଗ୍ରେସ ଭାରତକୁ ପରିହାସର ପାତ୍ର କରିଛି ଏବଂ ଖରାପ ନଜରରେ ଦେଖାଇବାକୁ ଚେଷ୍ଟା କରିଛି। ଶଶି ଥରୁର ତବଲିଗି ଜମାତକୁ ନେଇ ସରକାରଙ୍କ ଉପରେ କଟ୍ଟରତା ଓ ପକ୍ଷପାତ ଅଭିଯୋଗ କଥା ପାକିସ୍ତାନରେ ଯାଇ କହୁଛନ୍ତି। କଣ ସୋନିଆ, ରାହୁଲ, ପ୍ରିୟଙ୍କା କେବେ ପାକିସ୍ତାନରେ ଅଳ୍ପସଂଖ୍ୟକ ଉପରେ ହେଉଥିବା ଅତ୍ୟାଚାର ଉପରେ କେବେ ମୁହଁ ଖୋଲିଛନ୍ତି ? କଣ କଂଗ୍ରେସ ପାକିସ୍ତାନ ନିର୍ବାଚନ ଲଢିବାକୁ ଚାହୁଁଛି।

ବିଜେପି ନେତା କହିଛନ୍ତି, ଶଶି ଥରୁର କଣ ଚାହାନ୍ତି ପାକିସ୍ତାନ ଏବେ ରାହୁଲ ଗାନ୍ଧୀଙ୍କୁ ଶ୍ରେୟ ଦେଉ ? ତାତ୍ସଲ୍ୟଭରା ସ୍ଵରରେ ସମ୍ବିତ ପାତ୍ର କହିଛନ୍ତି ଥରୁର ଜୀ ଚିନ୍ତା କରନ୍ତୁ ନାହିଁ ରାହୁଲ ଗାନ୍ଧୀ ଏମିତିରେ ବି ପାକିସ୍ତାନ ଓ ଚୀନରେ ହିରୋ ହୋଇ ସାରିଛନ୍ତି।

ସମ୍ବିତ ପାତ୍ର କହିଛନ୍ତି କୋଭିଡ୍‌କୁ ନେଇ ପୂରା ବିଶ୍ଵ ଦେଖିଛି ଯେ, କିପରି ହିନ୍ଦୁସ୍ଥାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷିତ ରଖିଛନ୍ତି, ନିର୍ଦ୍ଧାରିତ ସମୟରେ ଲକ୍‌ଡାଉନ୍ ଲାଗୁ ହୋଇଛି। କେଉଁଭଳି ୮୦ କୋଟି ଲୋକଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦେବା କାମ ହୋଇଛି। ଆଗାମୀ ଛଠ୍ ପୂଜା ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟାନ୍ନ ଯୋଗାଇ ଦିଆଯିବ। ଅନ୍ୟପଟେ ଥରୁର କହୁଛନ୍ତି ରାଜନୈତିକ ଦୃଷ୍ଟି କୋଣରୁ ଯାହା ହେବା କଥା ତାହା  ହେଉନାହିଁ।

ସମ୍ବିତ ପାତ୍ର କହିଛନ୍ତି ଯେତେବେଳେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ବର୍ବରତା ଏବଂ ଭେଦଭାବ ହୁଏ ଏହି ନେତା କଣ ପଦୁଟିଏ ମୁହଁ ଖୋଲିଛନ୍ତି। ପାକିସ୍ତାନରେ ହିନ୍ଦୁ ଓ ଶିଖଙ୍କ ସହିତ କଣ ଘଟୁଛି ତାହା ସମସ୍ତେ ଦେଖୁଥିବା ପାତ୍ର କହିଛନ୍ତି। ରାହୁଲ ଗାନ୍ଧୀଙ୍କୁ ତ ଭାରତରେ କେହି ପଚାରୁ ନାହାନ୍ତି। ମିଡିଆ ମଧ୍ୟ ସେତେଟା ଗୁରୁତ୍ଵ ଦେଉନାହିଁ। ତେଣୁ ରାହୁଲ ଏବେ ପାକିସ୍ତାନରେ ହିରୋ ପାଲଟିଛନ୍ତି।

   Related Posts