ସମ୍ଭାବନା ସେଠଙ୍କ ଦାବି: ହଲକଟ୍ ଜୱାନୀ ଗୀତରେ ମୁଁ କରୀନାଙ୍କ ଠାରୁ ଭଲ ଡ୍ୟାନ୍ସ କରିପାରିଥାନ୍ତି

Published By : Prameya-News7 Bureau | April 03, 2021 IST

ମୁମ୍ବାଇ ୦୩/୦୪: ଜଣାଶୁଣା ଅଭିନେତ୍ରୀ ସମ୍ଭାବନା ସେଠ ତାଙ୍କ ବୋଲ୍ଡ ଡ୍ୟାନ୍ସ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇଣ୍ଟରଭ୍ୟୁରେ ଦେଉଥିବା ନିଜର ବିବାଦୀୟ ବୟାନ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଏପରି କିଛି କାରଣରୁ ପୁଣି ଥରେ ଆଲୋଚନାକୁ ଆସିଛନ୍ତି । ସେ ତାଙ୍କର ଶେଷ ଇଣ୍ଟରଭ୍ୟୁରେ  ଦାବି କରିଛନ୍ତି ଯେ ସେ କରୀନା କପୁରଙ୍କ ଅପେକ୍ଷା ଭଲ ଡ୍ୟାନ୍ସ କରିପାରିବେ । ଏହି ଦାବି ସେ ଅନେକ ଦିନ ପୂର୍ବରୁ ମଧ୍ୟ କରିଥିଲେ, ଯାହାକି କରୀନାଙ୍କ ଏକ ଆଇଟମ୍ ଗୀତକୁ ନେଇ ଥିଲା ।  ନିକଟରେ ସମ୍ଭାବନା ପୁଣିଥରେ ତାଙ୍କର ଏହି ଦାବିକୁ ଦୋହରାଇଛନ୍ତି ।

{"width":627,"height":352}
Bhojpuri Star Sambhavna Seth 5 Popular Controversies On Screen And  Otherwise - इन पांच विवादों के चलते सुर्खियों में रही थीं भोजपुरी स्टार संभावना  सेठ, बनी थीं राहुल महाजन के ...

ସମ୍ଭାବନା ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଏହିପରି କିଛି ଦାବି କରିଥିଲି । ସେ କହିଥିଲେ ଫିଲ୍ମ 'ହିରୋଇନ୍'ର ଡ୍ୟାନ୍ସ ‘ହଲକଟ ଜୱାନୀ’ରେ କରୀନା କପୁରଙ୍କ ଅପେକ୍ଷା ଭଲ ଡ୍ୟାନ୍ସ କରିପାରିଥାନ୍ତେ । ଏଥି ସହିତ ଏକ ଅଣ୍ଟରଭ୍ୟୁରେ ସେ ପୁଣି ଥରେ ଏହା କହିଛନ୍ତି । ସେ କହିଛନ୍ତି,ତାଙ୍କୁ ନିଜର ଟ୍ୟାଲେଣ୍ଟ ହିସାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେହି ପରିଚୟ ମିଳି ପାରିନାହିଁ । ଯାହାର କାରଣ ଏହା ହେଉଛି କି ତାଙ୍କୁ ନିଜର ଟ୍ୟାଲେଣ୍ଟ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିନାହିଁ । ସେ ଆହୁରି କହିଛନ୍ତି, 'ବଡ ହିରୋ' ତାଙ୍କୁ ଅନେକ ବର୍ଷ ଅପେକ୍ଷା କରାଇଥିଲେ, କିନ୍ତୁ ସେ ହିରୋ ପଛରେ ଗୋଡ଼ାଇ ନଥିଲେ କାରଣ ତାଙ୍କୁ ଆତ୍ମ ସମ୍ମାନ ବଞ୍ଚାଇବାକୁ ପଡୁଥିଲା ।

{"width":634,"height":475}
sambhavna seth hospital: संभावना सेठ ने बताया क्यों अचानक ही उन्हें करवाया  गया अस्पताल में भर्ती - sambhavna seth reveals why she was rushed to the  hospital at 4am in the morning

କରୀନାଙ୍କ ଡ୍ୟାନ୍ସ ସହ ଜଡିତ ଦାବିକୁ ନେଇ ସମ୍ଭାବନା କହିଛନ୍ତି- 'ହଁ, ମୁଁ ଏହା କହିଥିଲି ଏବଂ ମୁଁ ଆଜି ମଧ୍ୟ ଏହି କଥାକୁ ସମର୍ଥ କରୁଛି ।  ମୁଁ ଜଣେ ଭଲ ଡ୍ୟାନ୍ସର, ମୋତେ କାମ ଦିଅ ଏବଂ ମୁଁ ମୋର ଦକ୍ଷତା ଦେଖାଇବି । ମୁଁ ଅନେକ ଥର ଅବିନାଶଙ୍କ ସାମ୍ନାରେ କାନ୍ଦିଛି କାରଣ ମୋ ହାତରୁ ପ୍ରୋଜେକ୍ଟ ଚାଲିଗଲା, ମୁଁ ଆଜିବି ଏହି ବିଷୟରେ କଥାହେଲେ ଇମୋସନାଲ୍ ହୋଇପଡେ । '

{"width":638,"height":479}
Sanbhavana Seth Latest | Sambhavana Seth Bigg Boss Contestant | Sambhavana  Seth - Filmibeat

୨୦୧୨ ରେ ସମ୍ଭାବନା ସେଠ କହିଥିଲେ - 'ମୁଁ ଭାବୁଛି ବଲିଉଡର କିଛି ଅଭିନେତ୍ରୀ ଡବଲ ଷ୍ଟାଣ୍ଡାର୍ଡ ରଖିଥାନ୍ତି । ସେ ଫିଲ୍ମରେ ଆଇଟମ୍ ନମ୍ବର କରନ୍ତି କିନ୍ତୁ ଆଇଟମ୍ ଡ୍ୟାନ୍ସରର ଟ୍ୟାଗ୍ ରଖିବାକୁ ଚାହାଁନ୍ତି ନାହିଁ । ଏହି ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ କରୀନା କପୁରଙ୍କ ଡ୍ୟାନ୍ସ ଅପେକ୍ଷା ସେ ଭଲ ଡ୍ୟାନ୍ସ କରିପାରିଥାନ୍ତେ । ସେ କହୁଥିଲେ 'ମୁଁ ଷ୍ଟେଜ୍ ରେ ନିଆଁ ଲଗାଇ ଦେଇଥାନ୍ତି'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.