ବୌଦ୍ଧରୁ ବିପୁଳ ପରିମାଣର ସମ୍ୱର ମାଂସ ଜବତ, ଜଣେ ଗିରଫ

Published By : Prameya-News7 Bureau | July 17, 2021 IST

ବୌଦ୍ଧ ୧୭।୦୭: ଘରେ ପଲିଥିନରେ ବାନ୍ଧି ଜଙ୍ଗଲୀ ସମ୍ବର ମାଂସ ବିକ୍ରି କରୁଥିବା ବେଳେ ମାଡି ବସିଲା ବନବିଭାଗ । ପୁରୁଣାକଟକ ରେଞ୍ଜ ପକ୍ଷରୁ ଚଢ଼ାଉ ୨୫ କେଜି ସମ୍ବର ମାଂସ ଜବତ କରିବା ସହ ଜଣେ ଗିରଫ ହୋଇଛି । ଅଭିଯୁକ୍ତ ହେଲେ ଝାରଖମର ଗାଁର ସନ୍ତୋଷ କୁମାର ସାହୁ । ସୂଚନା ଅନୁଯାୟୀ ଭୋରରୁ ଝାରଖମଣ ଗାଁରେ ସନ୍ତୋଷ ନିଜ ଘରେ ସମ୍ବର ମାଂସ ପଲିଥିନରେ ବାନ୍ଧି ବିକ୍ରି କରୁଥିବା ନେଇ ବନ ବିଭାଗ ଖବର ପାଇଥିଲା ।

ବୌଦ୍ଧ ବନ ସଂରକ୍ଷକଙ୍କ ନେତୃତ୍ୱରେ ସନ୍ତୋଷଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସନ୍ତୋଷ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ମାଂସ ପଲିଥିନ ପୁଡ଼ିଆ ଜବତ କରିଛି । ତେବେ ସଂନ୍ତୋଷକୁ ଗିରଫ କରିବା ପରେ ସେ ଶିକାରୀ ନାମ ବଖାଣିଥିଲା । ଏବେ ବନ ବିଭାଗ ମୁଖ୍ୟ ଶିକାରୀ ମାନଙ୍କୁ ଧରିବାକୁ ୱାଲଡ଼ ଲାଇଫ ଓ ପୋଲିସ ସହାୟତା ନେଇ ଧରିବାକୁ ଜାଲ ବିଛାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.