Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସୁଆଦିଆ ହେଲାନି ସାମ୍ବର, ମୁଣ୍ଡକୁ ଚଢ଼ିଗଲା ରାଗ: ମା ଓ ଭଉଣୀଙ୍କୁ ହତ୍ୟା କଲା ୨୪ ବର୍ଷୀୟ ଯୁବକ

15/10/2021 at 6:57 PM

ବେଙ୍ଗାଲୁରୁ ୧୫/୧୦: ମା’ର ସାମ୍ବର ପୁଅକୁ ସବୁ ଦିନ ଭଲ ଲାଗୁଥିଲା । କିନ୍ତୁ ସେଦିନ କଣ ହେଲା କେଜାଣି ଟାଙ୍କିଏ ମଦ ପିଇ ଫେରିଥିବା ପୁଅକୁ ସାମ୍ବର ଜମା ଭଲ ଲାଗିନଥିଲା। ମା’ ହାତରନ୍ଧା ଖାଦ୍ୟ ମଦୁଆ ପୁଅକୁ ସୁଆଦିଆ ଲାଗିନଥିଲା । ବାସ ଏତିକି କଥାରେ ପୁଅର ମୁଣ୍ଡକୁ ରାଗ ଚଢ଼ିଗଲା। ଆଉ ତା ପରେ ଦେଶୀ ବନ୍ଧୁକରେ ମାକୁ ଗୁଳି କରି ମାରିଦେଲା ପୁଅ।

କେବଳ ସେତିକି ନୁହେଁ ଭଉଣୀ ପାଇଁ ମା’ ଋଣ କରି ମୋବାଇଲ କିଣିବା କଥା ମଧ୍ୟ ମଦୁଆ ଭାଇକୁ ଭଲ ଲାଗୁନଥିଲା। ସବୁ ଦିନ ମାର ଏହି କଥାକୁ ବିରୋଧ କରୁଥିଲା କୁଳାଙ୍ଗାର ପୁଅ। ଶେଷରେ ସୁଆଦିଆ ଖାଇବା ନମିଳିବାରୁ ୪୨ ବର୍ଷୀୟା ମା’କୁ ଆଉ ପରେ ପରେ ନିଜ ଭଉଣୀକୁ ବି ସବୁଦିନ ପାଇଁ ଶୁଆଇଦେଲା ମଣିଷ ରୂପୀ ରାକ୍ଷସ। ଏମିତି ଏକ ଅଭାବନୀୟ ଘଟଣା ଅକ୍ଟୋବର ୧୩ରେ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ଘଟିଛି ।

ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ୨୪ ବର୍ଷୀୟ ମଞ୍ଜୁନାଥ ହସଲର ସୁଆଦିଆ ସାମ୍ବର ନମିଳିବାରୁ ନିଜ ମା’ ପାର୍ବତୀଙ୍କୁ ଗୁଳି କରି ମାରିଦେଇଛି । ପରେ ପରେ ନିଜର ୧୯ ବର୍ଷର ଭଉଣୀ ରମାୟାକୁ ବି ଗୁଳି କରି ହତ୍ୟା କରିଛି । ଅଭିଯୁକ୍ତର ବାପା ଘରକୁ ଫେରିବା ପ​‌ରେ ପୁଅର କାଣ୍ଡ କାରନାମା ଜାଣିବାକୁ ପାଇଥିଲେ। ଏହା ପରେ ସେ ନିଜ ପୁଅ ବିରୋଧରେ ଥାନାରେ ଏତଲା ଦେବା ପରେ ମାମଲା ସମ୍ପର୍କରେ ଜଣାପଡ଼ିଥିଲା ।

   Related Posts