ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓ୍ୱେବସାଇଟ୍ ହ୍ୟାକ୍, ଲେଖାଯାଇଛି 'ଅଲ ପାକିସ୍ତାନୀ'

Published By : Prameya-News7 Bureau | October 24, 2021 IST

ସମ୍ବଲପୁର, ୨୪/୧୦:  ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଓ୍ୱେବସାଇଟ୍ ହ୍ୟାକ୍ । ପାକିସ୍ତାନ ହ୍ୟାକରଙ୍କ ଦ୍ବାରା ସମ୍ବଲପୁର ବିଶ୍ବବିଦ୍ଯାଳୟର ଗ୍ରୀଭାନ୍ସ ଓ୍ବେବସାଇଟ ହ୍ୟାକ୍ କରାଯାଇଛି ।

ସମ୍ବଲପୁର ବିଶ୍ବବିଦ୍ଯାଳୟର grievance.suniv.ac.in ଓ୍ବେବସାଇଟକୁ କେହି ଜଣେ ହ୍ୟାକର ହ୍ୟାକ୍ କରଥିବା ଜଣାପଡିଛି | ସେଥିରେ ହ୍ୟାକ୍ ଡେଭିଲ କିଲର ଲେଖାଯାଇଛି | ଏହା ସହ ସବା ତଳେ ଅଲ ପାକିସ୍ତାନୀ ବୋଲି ମଧ୍ୟ ଲେଖାଯାଇଛି | ତେବେ ବର୍ତ୍ତମାନ ସୁଦ୍ଧା ଓ୍ବେବସାଇଟ ସେମିତି ଅବସ୍ଥାରେ ରହିଥିବାବେଳେ ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ମିଳୁନି |  ରବିବାର ଭାରତ ପାକିସ୍ତାନ ମ୍ୟାଚ୍ ରହିଥିବାବେଳେ ଗୋଟିଏ ଦିନ ପୂର୍ବରୁ ଏଭଳି କାଣ୍ଡ ସମସ୍ତଙ୍କୁ ଚକିତ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.