ଆସନ୍ତା ୧୮ଯାଏଁ ବୁର୍ଲା ଭିସୁଟ୍ ସଟ୍‌ଡାଉନ୍‌

Published By : Prameya-News7 Bureau | July 13, 2020 IST

ସମ୍ବଲପୁର ୧୩।୦୭: ଆସନ୍ତା ୧୮ଯାଏଁ ବୁର୍ଲା ଭିସୁଟ୍‌ ସଟ୍‌ଡାଉନ୍‌ । ପୁଣି ଥରେ ବୁର୍ଲା ଭିସୁଟ୍ ବା ବୀରସୁରନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟକୁ ସଟଡାଉନ ଘୋଷଣା କରାଯାଇଛି । ପୂର୍ବରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ନଷ୍ପତ୍ତି ନେଇଥିଲେ କର୍ତ୍ତୃପକ୍ଷ ।

ତେବେ ଭିସୁଟରେ କରୋନା ରୋଗୀ ଚିହ୍ନଟ ଏବଂ ସେହି ଲିଙ୍କ ଆଉ କିଛି ଚିହ୍ନଟ ହେବା ପରେ ଭିସୁଟକୁ ସଟ୍‌ଡାଉନ ଘୋଷଣା କରିଥିଲେ କର୍ତ୍ତୃପକ୍ଷ ।  ତେବେ ଅନେକ ଷ୍ଟାଫ୍ କ୍ବାରେଣ୍ଟାଇନରେ ଥିବାରୁ ଏବେ ସଟ୍‌ଡାଉନ୍‌ ଅବଧିକୁ ଆସନ୍ତା ୧୮ ତାରିଖ ଯାଏଁ ବୃଦ୍ଧି କରାଯାଇଛି  । ଏହା ସହ ୨୦ ତାରିଖରୁ ଅଫିସ କାର୍ଯ୍ୟ ଚାଲିବ ବୋଲି ଏକ ପତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି କୂଳପତି  । ତେବେ ଏହା ମଧ୍ୟରେ ଯେମିତି କୌଣସି ଷ୍ଟାଫ୍  ଷ୍ଟେସନ ନଛାଡନ୍ତି ସେନେଇ ମଧ୍ୟ ପତ୍ରରେ ଉଲ୍ଲେଖ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.