ବେଦିକ୍ କଲେଜରେ ରାଗିଂ : ଅଭିଯୁକ୍ତ ଛାତ୍ର ହଷ୍ଟେଲରେ ରହି ପାଠ ପଢୁଛନ୍ତି, ହେଲେ ପିଡୀତ ଛାତ୍ରଙ୍କୁ କଲେଜ ମନା, ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ

Published By : Prameya-News7 Bureau | September 23, 2019 IST

ସମ୍ବଲପୁର ୨୩|୯: ସମ୍ବଲପୁର ଶାସନସ୍ଥିତ ବେଦିକ୍‌ କଲେଜ୍‌ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ ।  କଲେଜର ଅଧ୍ୟକ୍ଷ, ହଷ୍ଟେଲ ୱାର୍ଡେନ୍‌ ଓ ଚେୟାରମ୍ୟାନ୍‌ଙ୍କ ଛାଇ ବି ମାଡ଼ୁନି ପୋଲିସ ।  ପୀଡିତଙ୍କ ପରିବାର ଜିଲ୍ଲାପାଳ,ଏସ୍‌ପି,ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ଦୌଡିଦୌଡି ନିରାଶ ହେଉଛନ୍ତି । ସେପଟେ ଅଭିଯୁକ୍ତ ଛାତ୍ରମାନେ ଏବେ ମଧ୍ୟ କଲେଜ୍‌ ହଷ୍ଟେଲ୍‌ରେ ଅଛନ୍ତି । ହେଲେ  ପୀଡିତ ଛାତ୍ରଙ୍କୁ କଲେଜ୍‌ ଯିବାକୁ ମନା କରାଯାଇଛି । ଏହା କିପରି ନ୍ୟାୟ ବୋଲି ପ୍ରଶ୍ନ ଉଠାଇଛନ୍ତି ପୀଡିତଙ୍କ ପରିବାର ।

{"id":161561}

 ସମ୍ବଲପୁର ଶାସନରେ ଥିବା ବେଦିକ୍‌ କଲେଜ୍‌ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଘଟଣା ନେଇ  ଶାସନ ଥାନାରେ ମାମଲା ଦାୟର ହୋଇଛି ।  ପୋଲିସ୍‌ ୪ଅଭିଯୁକ୍ତ ଛାତ୍ରଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ନିକଟରେ ହାଜର କରିବା ଓ ସେମାନଙ୍କୁ ଜାମିନ୍‌ରେ  ଯିବାକୁ ସାହାଯ୍ୟ କରିଛି । ହେଲେ ପୀଡିତ ଛାତ୍ର ଓ ତାର ପରିବାରକୁ ନ୍ୟାୟ ଏଯାଏଁ ମିଳିପାରିନାହିଁ ।

{"id":161562}

ସେପଟେ ରାଗିଂ ବିଷୟରେ ଜାଣି ଲୁଚାଇବାକୁ ଉଦ୍ୟମ କରିଥିବା, ଭେଦିକ୍‌ କଲେଜର ଚେୟାରମ୍ୟାନ୍‌,ଅଧ୍ୟକ୍ଷ ଓ ହଷ୍ଟେଲ୍‌ ୱାର୍ଡେନ୍‌ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ  । ପୀଡିତ ଛାତ୍ରଙ୍କ ପରିବାର ଏହା ମଧ୍ୟରେ ଦୁଇଥର ଏସ୍‌ପି,ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟିସାରିଲେଣି । କଲେଜ କର୍ତ୍ତୃପକ୍ଷ ଏବଂ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ହେଲେ ସବୁଆଡ଼ୁ ନିରାଶ ହେବାକୁ ପଡିଛି ପୀଡିତ ଛାତ୍ର ଏବଂ ତାଙ୍କ ପରିବାରକୁ ।

{"id":161563}

ପୁର୍ବରୁ ମଧ୍ୟ ବେଦିକ୍‌ କଲେଜ୍‌ରେ  ରାଗିଂ ହେଉଥିବା ସାମ୍ନାକୁ ଆସିଥିଲା । କଲେଜ ଚେୟାରମ୍ୟାନ୍‌ ନିଜ ପ୍ରଭାବ ବଳରେ ସବୁ ଘଟଣାକୁ ଚାପିଦେବାରେ ସକ୍ଷମ ହେଉଥିଲେ । ଏହି ଘଟଣାରେ ମଧ୍ୟ ଜିଲ୍ଲାପ୍ରଶାସନ ଓ ପୋଲିସ୍‌ ପୀଡିତ ଛାତ୍ରଙ୍କ ପରିବାରକୁ ନ୍ୟାୟ ଦେବା ଅପେକ୍ଷା, ବେଦିକ୍‌ କଲେଜ୍‌କୁ ଅଧିକ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି ।

{"id":161565}

ସେପଟେ ଯେଉଁଛାତ୍ର ମାନେ ରାଗିଂ କରିଥିଲେ ସେମାନେ ଏବେ ମଧ୍ୟ କଲେଜ୍‌ ହଷ୍ଟେଲ୍‌ରେ ରହିଛନ୍ତି । କିନ୍ତୁ, ସୁପ୍ରିମ୍‌କୋର୍ଟଙ୍କ ଆଣ୍ଟି ରାଗିଂ ନିୟମାନୁଯାୟୀ, ଅଭିଯୁକ୍ତ ଛାତ୍ରଙ୍କୁ କଲେଜ୍‌ରୁ ବହିଷ୍କାର କରିବାର ନିୟମ ରହିଛି। ଆଉ ଜୀବନ ଭୟରେ ପୀଡିତ ଛାତ୍ର କଲେଜ୍‌କୁ ନଆସି ଘରେ ରହି ଚିକିତ୍ସିତ ହେଉଛନ୍ତି । ଏସ୍‌ପି କହୁଛନ୍ତି କଣ ନା ରାଗିଂ ଘଟଣାର ତଦନ୍ତ ଚାଲିଛି,ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ହେଲେ କେବେ ସୁଦ୍ଧା ବେଦିକ୍‌ କଲେଜର ଚେୟାରମ୍ୟାନ୍‌,ଅଧ୍ୟକ୍ଷ ଓ ୱାର୍ଡେନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ କିଛି କହିନାହାଁନ୍ତି ଏସ୍‌ପି ।

{"id":161566}

ଭିସୁଟ୍‌, ଭୀମ୍‌ସାରରେ ରାଗିଂ ଘଟଣାରେ  ମଧ୍ୟ ଦୋଷୀ ଛାତ୍ରଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଦେଖାଯାଉ ବେଦିକ୍‌ କଲେଜ ରାଗିଂ ଘଟଣାରେ କଣ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.