Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||

ଉଦାହରଣ ସୃଷ୍ଟି କଲା ସମ୍ବଲପୁରର ଆଦିବାସୀ ବହୁଳ ଗାଁ, ପିଏମ୍ କେୟାର ଫଣ୍ଡରେ ଦାନ କଲେ ସମସ୍ତ ପରିବାର

18/04/2020 at 6:35 PM

ସମ୍ବଲପୁର, ୧୮|୦୪:  ସାରା ବିଶ୍ୱ ଏବେ କରୋନା ସଙ୍କଟରେ ଗତି କରୁଛି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ଏହି ସଙ୍କଟରେ ଜନତାଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଅନେକ ସେଲିବ୍ରିଟୀ, ଶିଳ୍ପପତି ମଧ୍ୟ ଏହାର ମୁକାବିଲା ପାଇଁ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ କରୁଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଓଡିଶାର ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକ ଅନ୍ତର୍ଗତ ଡଙ୍ଗାପାଲ ଗ୍ରାମବାସୀ ଏହ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଗ୍ରାମର ପ୍ରତ୍ୟେକ ପରିବାର ଟଙ୍କା ସଂଗ୍ରହ କରି ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି ।

ଏହି ଗ୍ରାମର ବାସିନ୍ଦା ମୋଟ ୨୭ ହଜାର ଟଙ୍କା ସଂଗ୍ରହ କରିଛନ୍ତି । ସବୁଠାରୁ ବଡ କଥା ହେଲା ଯେ ସ୍ୱେଚ୍ଛାକୃତ ଭାବେ ଗ୍ରାମବାସୀ ୨ ଟଙ୍କାରୁ ଆରମ୍ଭ କରି ନିଜ କ୍ଷମତା ଅନୁସାରେ ୨,୨୨୨ ଟଙ୍କା ପ୍ରଦାନ କରିଛନ୍ତି । ଯାହା ଦେଶ ପ୍ରତି ଥିବା ତାଙ୍କର ଭଲ ପାଇବା ଓ କର୍ତ୍ତବ୍ୟକୁ ବୟାନ କରୁଛି ।

ଏହାକୁ ନେଇ ଜୟନ୍ତ ପ୍ରଧାନନାମକ ଜଣେ ଗ୍ରାମବାସୀ କହିଛନ୍ତି ଯେ, ଦେଶ ସଙ୍କଟ ମଧ୍ୟରେ ଗତି କରୁଛି । ଏହି ସମୟରେ ସେମାନେ କର୍ତ୍ତବ୍ୟ କରିଛନ୍ତି । ସେମାନେ ସଂଗ୍ରହ କରିଥିବା ଅର୍ଥ ପର୍ଯ୍ୟାପ୍ତ ନୁହେଁ । କିନ୍ତୁ ସରକାରଙ୍କ ସମସ୍ତ ଗାଇଡ୍ ଲାଇନକୁ ସେମାନେ ପାଳନ କରୁଛନ୍ତି ବୋଲି କହିଛନ୍ତି ।

ଏହି ଗ୍ରାମରେ ପ୍ରାୟ ୩୦୦ଟି ପରିବାର ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ଟି ଆଦିବାସୀ ପରିବାର । ଗ୍ରାମବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରନ୍ତି । ଏହି ଅର୍ଥ ସଂଗ୍ରହରେ ଉତ୍ସବ ପରିବାର ସାମାଜିକ ଓ ସାଂସ୍କୃତିକ ଟ୍ରଷ୍ଟ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ଟ୍ରଷ୍ଟରେ ୩୦ ଜଣ ସଦସ୍ୟ ରହିଛନ୍ତି । ଜଣେ ଯୁକ୍ତ ୨ ଛାତ୍ରୀ ବବିତା ମିର୍ଧା ଘରକୁ ଘର ବୁଲି ଟଙ୍କା ସଂଗ୍ରହ କରିଥିଲେ  । ଗ୍ରାମର ଅଧିକାଂଶ ପରିବାର ଗରିବ ହେଲେ ସୁଦ୍ଧା କେହି ହେଲେ ସାହାଯ୍ୟ କରିବାକୁ ମନା କରିନଥିଲେ । ଏହି ଟ୍ରଷ୍ଟ ମଧ୍ୟ ଲୋକଙ୍କ ପାଇଁ ମାସ୍କ ପ୍ରସ୍ତୁତ କରୁଛି ।

ଗୋଲକ ବିହାରୀ ପ୍ରଧାନ ନାମକ ଆଉ ଜଣେ ଗ୍ରାମବାସୀ କହିଛନ୍ତି ଯେ, ଦେଶରେ ପ୍ରାୟ ୬ ଲକ୍ଷ ଗାଁ ଅଛି । ଯଦି ପ୍ରତ୍ୟେକ ଗ୍ରାମରୁ ୧ ହଜାର ଟଙ୍କା ସଂଗ୍ରହ ହୁଏ ତେବେ ଏହା କରୋନା ମୁକାବିଲାରେ ସରକାରଙ୍କୁ ଏକ ବଡ ସହାୟତା ହେବ ।

   Related Posts