ସମ୍ବଲପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Published By : Prameya-News7 Bureau | August 09, 2018 IST

ସମ୍ବଲପୁରରେ ୯/୮ : ଉତ୍ତରାଞ୍ଚଳ ଆର୍ଡିସିଙ୍କ କାର୍ଯ୍ୟାଳୟରେ, ଆସନ୍ତା ସାଧାରଣ ନିର୍ବାଚନ ସଂପର୍କରେ, ଉତ୍ତରାଞ୍ଚଳ ଜୋନ୍ର ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ରୁଦ୍ଧଦ୍ବାରା ବୈଠକରେ ଯୋଗଦେଇଛନ୍ତି ।ବୈଠକରେ ମୁଖ୍ୟତଃ ଇଭିଏମ୍ ଓ ଭିଭିପାଟକୁ ସୁରକ୍ଷିତ ଭାବରେ କିପରି ରଖାଯିବ ଓ ଭୋଟର ତାଲିକା ପ୍ରସ୍ତୁତି,ସଂଶୋଧନ ଏବଂ ନୂଆ ଭୋଟର ସାମିଲ୍ ସଂପର୍କରେ ଆଲୋଚନା କରାଯାଇଥିଲା ନିର୍ବାଚନ ପାଇଁ ସଜବାଜ । ସମ୍ବଲପୁର ଉତ୍ତରାଞ୍ଚଳ ଆର୍ଡିସିଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଉତ୍ତରାଞ୍ଚଳ ଜୋନ୍ର ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ଏହି ବୈଠକରେ ଯୋଗଦେଇଥିଲେ । ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତି, ଚୁଡାନ୍ତ ଭୋଟର ତାଲିକା ସଂଶୋଧନ,ଇଭିଏମ୍ ଓ ଭିଭିପାଟ୍କୁ ସୁରକ୍ଷିତ ଭାବରେ ରଖିବା ପାଇଁ କଣ ବ୍ୟବସ୍ଥା ହୋଇଛି ସେ ନେଇ, ରୁଦ୍ଧଦ୍ବାରା ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୪ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଚାଲିଥିଲା । ଆସନ୍ତା ନିର୍ବାଚନ ପାଇଁ ଚୁଡାନ୍ତ ପ୍ରସ୍ତୁତି ସଂପର୍କରେ ଆଲୋଚନା ହେବା ସହ, ଜିଲ୍ଲାପାଳମାନଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କୁହାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.