ଆଜି ଶିବ ବିବାହ ; ଉତ୍ସବ ମୁଖର ସମ୍ବଲପୁର

Published By : Prameya-News7 Bureau | June 17, 2018 IST

ସମ୍ବଲପୁର ଶୀତଳଷଷ୍ଠୀର ଆଜି ମୁଖ୍ୟପର୍ବ ଶିବ ବିବାହ। ସହରର ନନ୍ଦପଡା,ଝାଡୁଆପଡା,ମୋଦିପଡା,ବଡବଜାର ଶୀତଳଷଷ୍ଠୀ ପୂଜା କମିଟି ପକ୍ଷରୁର ସମସ୍ତ ପ୍ରସ୍ତୁତି ସରିଛି। ଆଉ କିଛି ସମୟ ପରେ, ନନ୍ଦବଡାସ୍ଥିତ ବମ୍ବରାଡ ବାଲୁଙ୍କେଶ୍ବର ମନ୍ଦିରରେ ରୁଦ୍ରାଭିଷେକ କରାଯିବ। ସେହିପରି ଗତକାଲି ରାତିରେ ସମସ୍ତ ପଡାର ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ କାର୍ଯ୍ୟ ଶେଷ ହୋଇଛି। ଆଜି ରାତିରେ ବରଯାତ୍ରୀଙ୍କ ସହ ଦେବଦେବ ମହାଦେବ, କନ୍ୟାପିତାଙ୍କ ଘରକୁ ବାହାରିବା ସହ,ମଧ୍ୟ ରାତ୍ରରେ ବିବାହ କାର୍ଯ୍ୟ ସଂପନ୍ନ ହେବ। ଆସନ୍ତା କାଲି ବିଶ୍ରାମ ଥିବା ବେଳେ,୧୯ତାରିଖ ଦିନ ଦେବଦମ୍ପତ୍ତି ଯୁଗଳମୂର୍ତ୍ତୀ ଦର୍ଶନ ଦେଇ, ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ, ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ........

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.