Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଆଜିଠୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟ୍‌ଡ଼ାଉନ୍‌

26/07/2020 at 7:17 AM

ସମ୍ବଲପୁର ୨୬।୦୭: ସମ୍ବଲପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ସଟ୍ ଡାଉନ୍ । ୧୦ ଦିନିଆ ସଟ୍ ଡାଉନ୍ ର ପ୍ରଥମ ପର୍ଯ୍ୟାୟ ଶନିବାର ଶେଷ ହୋଇଛି । ଯାହାକି ପ୍ରଥମ ପର୍ଯ୍ୟାୟରେ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ କରାଯାଇଥିଲା ।  ପ୍ରଥମ ୪ ଦିନ ସଟ୍ ଡାଉନ୍ ରେ ଲୋକେ ଘରେ ରହିବା ସମୟରେ ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ସର୍ଭେ କରାଯିବା ସହ ଲକ୍ଷଣଯୁକ୍ତ ଲୋକଙ୍କୁ ଚିହ୍ନଟ କରି କୋଭିଡ୍ ପରୀକ୍ଷା କରାଯାଇଛି।

ତେବେ ଆଜି ଠାରୁ ଲାଗୁ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ କଟକଣା ସାମାନ୍ୟ କୋହଳ ହେବ । ସକାଳ ୬ଟାରୁ ଦିନ ୧ଟା ଯାଏ ପରିବା ଓ ଗ୍ରୋସରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଏହାଛଡ଼ା କ୍ଷୀର, ମେଡିସିନ୍ ଦୋକାନ ଆଦି ପୂର୍ବ ଭଳି ଖୋଲା ରହିବ।

   Related Posts