Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବର୍ତ୍ତିଲାନି ସୋ’ରୁମ୍ : ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି ପାଇଁ ଲକ୍ଷେ ଟଙ୍କାର ଫାଇନ୍

8/03/2020 at 8:20 AM

ସମ୍ବଲପୁର ୮।୩: ନିୟମ ଉଲ୍ଲଂଘନ ପାଇଁ ବାଇକ୍ ସୋରୁମକୁ ଲକ୍ଷେ ଟଙ୍କାର ଫାଇନ୍ । ବିନା ରେଜିଷ୍ଟ୍ରେସନ ନମ୍ବରରେ ଗାଡି ବିକ୍ରି କରିଥିବାରୁ ବାଇକ୍ ସୋ’ରୁମକୁ ଏହି ଫାଇନ୍ କରିଛି ସମ୍ବଲପୁର ପରିବହନ ବିଭାଗ ।

ଝାରସୁଗୁଡାର ଶ୍ରୀ ସ୍ବପ୍ନେଶ୍ବର ମୋଟରକୁ ସମ୍ବଲପୁର ପରିବହନ ବିଭାଗ ଏହି ଫାଇନ୍ ଲଗାଇଥିବା ଜଣାପଡିଛି । ତେବେ ଗାଡି କିଣିଥିବା ସମ୍ବଲପୁରର ଶିବାଶିଷ ପଟେଲଙ୍କୁ ମଧ୍ୟ ଲାଇସେନ୍ସ ନଥିବା କାରଣରୁ ୫ ହଜାର ଓ ହେଲମେଟ୍ ପାଇଁ ୧ ହଜାର ଟଙ୍କା ଫାଇନ୍ ଭରିବାକୁ ପଡିଛି । ଗାଡି ମାଲିକ ଓ ସୋ’ରୁମକୁ ମୋଟ୍ ଲକ୍ଷେ ୬ ହଜାର ଟଙ୍କାର ଫାଇନ୍ ଲାଗିଛି ।

ଗତ ୪ ତାରିଖ ଦିନ ସନ୍ଧ୍ୟାରେ ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ଛକଠାରେ ଗାଡି ଚେକିଂ ସମୟରେ ଏହା ଧରାପଡିଥିଲା । ତେବେ ଏନେଇ ସୋରୁମ୍ ମାଲିକ ନିୟମ ହିସାବରେ ଗାଡି ବିକ୍ରି ହୋଇଥିବା କହିବା ସହ କାଗଜ ପତ୍ର ସବୁ ଠିକ୍ ଥିବା କହିଛନ୍ତି । ଯାଞ୍ଚ ପରେ ଏସବୁ ସତ ସାମ୍ନାକୁ ଆସିଛି ।

   Related Posts