ବିବାଦରେ ଶିଶୁ ସୁରକ୍ଷା ଅଧିକାରୀ ; କ୍ଷମତାର ଅପବ୍ୟବହାର ଅଭିଯୋଗ

Published By : Prameya-News7 Bureau | May 25, 2018 IST

ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା, ଜିଲ୍ଲା ଶିଶୁସୁରକ୍ଷା କାର୍ଯ୍ୟାଳୟରେ ଚାଲିଛି ସବୁ ପ୍ରକାର ବେନିୟମ କାର୍ଯ୍ୟ। ଆଉ ଯଦି ଆପଣ ପ୍ରତିବାଦ କରିବେ କିମ୍ବା, ସୂଚନା ଅଧିକାରୀ ଆଇନ ବଳରେ ତଥ୍ୟ ମାଗିବେ, ତେବେ କଥା ସରିଲା। ଆପଣଙ୍କୁ ଜେଲ୍ ଯିବାକୁ ପଡିବ ନିଶ୍ଚିତ। କାରଣ ଏଠାରେ କାର୍ଯ୍ୟରତ ଡିସିପିଓ ମ୍ୟାଡମ୍ଙ୍କ ହାତ ବହୁତ ଲମ୍ବା। କଥା କଥାରେ ବରିଷ୍ଠ ଅଧିକାରୀ ମାନେ ଉଠ୍ବସ୍ ହେଉଥିବା ବେଳେ, ସାଧାରଣ ସୂଚନା ଅଧିକାର କର୍ମୀଙ୍କ ବା, କେତେ ଭାଉ। ତେଣୁ, ନିଜ ଗାଡି, ନିଜ କାର୍ଯ୍ୟାଳୟରେ ଲଗାଇବା ସହ, ସଂପର୍କୀୟ ମାନଙ୍କ ଗାଡି ମଧ୍ୟ ଲଗାଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ,ସମ୍ବଲପୁରର ଜଣେ ସୂଚନା ଅଧିକାରୀ କର୍ମୀ ତଥ୍ୟ ମାଗି, ଦୁଇଦିନ ଜେଲ୍ର ହାୱା ଖାଇବାକୁ ପଡିଛି। ଏପରିକି ଆମ କ୍ୟାମେରା ଟିମ୍, ଏ ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ଗଲାବେଳେ, ଡିସିପିଓ ମ୍ୟାଡମ୍ଙ୍କ ନେତୃତ୍ୟରେ, ସମସ୍ତ କର୍ମଚାରୀ ମିଳିତ ଭାବରେ ଦୁର୍ବ୍ୟବହାର କରିବାକୁ ପଛାଇ ନାହାଁନ୍ତି, ଆଉ ଧମକ ଦେଇଛନ୍ତି ଦେଖିନେବେ ବୋଲି..... ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସବୁ ଅସମ୍ଭବ ସମ୍ଭବ ହୋଇପାରୁଛି। ଏଠାରେ ବିନା ଯୋଗ୍ୟତାରେ ପ୍ରାର୍ଥୀଙ୍କୁ ଚାକିରୀ ମିଳୁଥିବା ବେଳେ, କର୍ମଚାରୀ ମାନେ ସରକାରୀ ଗାଡି ନଥିବା ଦର୍ଶାଇ ନିଜ ଗାଡି, କାର୍ଯ୍ୟାଳୟରେ ଲଗାଇ ବେଶ୍ ଦି ପଇସା ରୋଜଗାର କରିପାରୁଛନ୍ତି। ଏପରିକି ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ କେବଳ ନାମକୁ ମାତ୍ର ଥିବା ବେଳେ, କାର୍ଯ୍ୟାଳୟର ଡିସିପିଓ ମ୍ୟାଡ୍ମଙ୍କ ନିଜ ଗାଡି ସମେତ ସଂପର୍କୀୟଙ୍କ ଗାଡି ମଧ୍ୟ ଏହି କାର୍ଯ୍ୟାଳୟରେ ଲାଗିଛି। ଏ ସଂପର୍କରେ ସୂଚନା ଅଧିକାର ଆଇନ ମାଧ୍ୟମରେ, ତଥ୍ୟ ସଂଗ୍ରହ କରିବା ପାଇଁ, ସୂଚନା ଅଧିକାର କର୍ମୀ ସଞ୍ଜୟ ଛୁରିଆ, ତଥ୍ୟ ମାଗିଥିଲେ। ହେଲେ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ସମେତ, ନିଜେ ଡିସିପିଓ ବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଏହି ଆବେଦନକୁ ଫେରାଇବାକୁ କହିଥିଲେ। ହେଲେ ସୂଚନା ଅଧିକାରୀ କର୍ମୀ, ସୂଚନା ଆବେଦନକୁ ଫେରାଇବାକୁ ମନା କରିବାକୁ, ତାଙ୍କ ବିରୋଧରେ, ଗତ୧୬.୦୫.୧୮ରେ ଟାଉନ୍ଥାନାରେ ଦୁର୍ବ୍ୟବହାର ମାମଲା ଦାୟର କରାଯାଇ, ତାଙ୍କୁ ମାତ୍ର ଅଧଘଣ୍ଟା ମଧ୍ୟରେ ଗିରଫ କରାଯାଇ ଜେଲ୍କୁ ପଠାଇ ଦିଆଗଲା। କେଉଁ ପରିସ୍ଥିତିରେ ନିଜେ ଜିଲ୍ଲାପାଳ, ଏହି ଘଟଣାର ତଦନ୍ତ କରିବାକୁ ନକହି, ସିଧା ସୂଚନାଅଧିକାର କର୍ମୀଙ୍କୁ ଗିରଫ କରିବାକୁ କହିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟରେ ଚାଲିଥିବା ଲକ୍ଷାଧିକ ଟଙ୍କାର ଘୋଟାଲାର ପର୍ଦ୍ଦାଫାସ ହେବା ଭୟରେ, ନିଜେ ଶିଶୁ ସୁରକ୍ଷା ଅଧିକାରୀ, ମିଛ ମାମଲା କରି, ତାଙ୍କୁ ଜେଲ୍ରେ ପୁରାଇ ଦେଇଥିଲେ ବୋଲି କହି ଏହି ଘଟଣାର ତଦନ୍ତ ଦାବି କରିଛନ୍ତି....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.