ନିମ୍ନ ମାନର କାମ ଯୋଗୁଁ ଧୋଇଗଲା ରାସ୍ତା
13/08/2018 at 10:42 AM

ସମ୍ବଲପୁର ୧୩/୮ : ସମ୍ବଲପୁର ବାଇପାସ ୧୦ ନମ୍ବର ଜାତୀୟ ରାଜପଥର ସାରସମାଲ ନିକଟରେ ବିଜୁ ଏକ୍ସପ୍ରେସ ୱେ ଦବିଯାଇଛି । ଗତରାତିରେ ପ୍ରବଳ ବର୍ଷା ଯୋଗୁଁ ନିର୍ମାଣାଧୀନ ବ୍ରିଜ ଓ ଆପ୍ରୋଚ ରୋଡ ବର୍ଷା ପାଣିରେ ଧୋଇଯାଇଛି । ପ୍ରାୟ ୮ ଫୁଟ ଚଉଡାର ରାସ୍ତା ଭାଙ୍ଗି ଯାଇଛି । ଯାହାଦ୍ୱାରା ଗତରାତିରେ ଗାଡି ଚଳାଚଳ ବ୍ୟାହତ ହୋଇଛି । ବର୍ତ୍ତମାନ ସୁଦ୍ଧା ରାସ୍ତା ମରାମତି ହୋଇନାହିଁ । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । L&T ନିମ୍ନ ମାନର କାମ କରିଥିବାରୁ ରାସ୍ତା ଦବି ଯାଇଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
Related Posts
ଶ୍ରୀମନ୍ଦିର ସହ ଜଡିତ ୨୩ ଜଣ କରୋନା ପଜିଟିଭ୍
13 April 2021
ଟିକା ଅଭାବ ; ୧୧ ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ
13 April 2021