Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ବଲପୁର ସର୍କଲ ଜେଲରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କ ମୃତ୍ୟୁ

20/05/2018 at 7:17 AM

ସମ୍ବଲପୁର ସର୍କଲ୍‌ ଜେଲ୍‌କୁ ଚିକିତ୍ସା ପାଇଁ ଆସିଥିବା ଜଣେ କଏଦୀଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାମ,ପ୍ରସନ୍ନ ସାହୁ। ପ୍ରସନ୍ନ ଗତ ୩.୧୦.୧୫ ମସିହାରୁ ଏକ ହତ୍ୟାମାମଲାରେ ଦୋଷୀ ସାବ୍ୟସ୍ତ ହୋଇ,କଳାହାଣ୍ଡିଜିଲ୍ଲା ଜୟପାଟଣା ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଗତ ଗୁରୁବାର ଦିନ,ସମ୍ବଲପୁର ସର୍କଲ୍‌ ଜେଲ୍‌କୁ ମାନସିକ ରୋଗର ଚିକିତ୍ସା ପାଇଁ ପ୍ରସନ୍ନଙ୍କୁ ଅଣାଯାଇଥିଲା। ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚେକ୍‌ଅପ୍‌ ପରେ, ଜେଲ୍‌ ଭିତରେ ଥିବା ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଥିଲା। ହେଲେ ଆଜି ସକାଳୁ ପ୍ରସନ୍ନ ପ୍ରବଳ ବାନ୍ତି କରି ଅଚେତ ହୋଇପଡିବା ପରେ, ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧନୁପାଲ୍ଲୀ ପୋଲିସ୍‌ ଏ ନେଇ ଏକ ଅପମୃତ୍ୟୁ ମାମଲା ଦାୟର କରିଥିବା ବେଳେ, ବୁର୍ଲାରେ ଶବବ୍ୟବଛେଦ କରାଯିବା ପରେ, ପରିବାରକୁ ହସ୍ତାନ୍ତର କରାଯିବ ବୋଲି, ସମ୍ବଲପୁର ସର୍କଲ ଜେଲ୍‌ ଅଧୀକ୍ଷକ କହିଛନ୍ତି….

   Related Posts