ଶୀତଳଷଷ୍ଠି ପାଇଁ ସଜେଇ ହେଉଛି ସମ୍ବଲପୁର, ଆରମ୍ଭ ହେଲାଣି ପ୍ରସ୍ତୁତି

Published By : Prameya-News7 Bureau | May 13, 2019 IST

ସମ୍ବଲପୁର ୧୩ । ୫:   ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଅକ୍ଷୟ ତୃତୀୟାରେ  ଥାଳ ଉଠା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା , ଆସନ୍ତା ୭ ତାରିଖରେ   ଅନୁଷ୍ଠିତ ହେବ ଦେବ ବିବାହ । ସମ୍ପୂର୍ଣ୍ଣ ଲୋକାଚାର ରିତିନୀତିରେ ଦେବୀ ପାର୍ବତୀ ଏବଂ ଦେବ ଦେବ ମହାଦେବ ବାନ୍ଧିହେବେ ବିବାହ ବନ୍ଧନରେ ।ଏଥି ପାଇଁ ଏବେ ଫୁଲ ଦମ୍‌ରେ ଚାଲିଛି ପ୍ରସ୍ତୁତି ।

{"id":111530}

ନନ୍ଦପଡାର ବମ୍‌ବରାଡ ବାଲୁଙ୍କେଶ୍ବର ବାବା,ଝାଡୁଆପଡାର ଲୋକନାଥ ବାବା ଓ ମୋଦିପଡାର ଜାଗେଶ୍ବର ବାବାଙ୍କ  ମନ୍ଦିରରେ ଧୂମ୍‌ଧାମରେ ଅନୁଷ୍ଠିତ  ହୋଇଥିଲା ଥାଳ ଉଠା କାର୍ଯ୍ୟ ।  ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରାଯିବା ପରେ, ମାତା ପାର୍ବତୀଙ୍କ ମାତା,ପିତା ଚୟନ ଶେଷ ହୋଇଛି।   ଶୀତଳଷଷ୍ଠୀ ଯାତ୍ରା ପାଇଁ ଚାନ୍ଦା ବା ସହାୟତା ଖାତା ଅନୁକୂଳ ମଧ୍ୟ ହୋଇଗଲାଣି।

{"id":111531}

ଥାଳଉଠା ପରେ  ମହାଦେବଙ୍କ ପାଇଁ  ଗୁଆଗୁଣ୍ଡା କାର୍ଯ୍ୟକ୍ରମ କରାଯିବ। ଏହାପରେ ଦେବ ନିମନ୍ତ୍ରଣ,ନୃସିଂହ ନିଉତା  ଓ ହନୁମାନ ନିମନ୍ତ୍ରଣ ଆଦି ହେବ।   ଆସନ୍ତା ମାସ ୭ତାରିଖ  ଶୀତଳଷଷ୍ଠୀ ଦିନ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ମଧ୍ୟରେ ସଂପୂର୍ଣ୍ଣ ଲୋକାଚାର ନୀତିରେ ବାହାଘର କରାଯିବ। ବାହାଘରର ଗୋଟିଏ ଦିନପରେ, ଦେବ ଦମ୍ପତି ସୁସଜ୍ଜିତ ମେଢରେ ସହର ପରିକ୍ରମା କରିବେ । ଯେତିକି ପାଖଉଛି ଶୀତଳଷଷ୍ଠୀ   ଶ୍ରଦ୍ଧାଳୁଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢ଼ୁଛି । ଏବେ ଠାରୁ ବିଭିନ୍ନ ସ୍ଥାନରୁ କିନ୍ନରମାନେ  ସମ୍ବଲପୁର ସହରକୁ ଆସିବାରେ ଲାଗିଲେଣି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.