ସେଲଫି ବେବୋ ସିମରନ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଧ୍ରୁବରାଜ ସୁନାକୁ ରିମାଣ୍ଡରେ ନେଇ ମାରାଥନ ଜେରା , ଫୋକସରେ ୩୫ଟି ପ୍ରଶ୍ନ

Published By : Prameya-News7 Bureau | January 28, 2019 IST

ସମ୍ବଲପୁର୨୮|୧: ସେଲଫି ବେବୋ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଧ୍ରୁବରାଜ ସୁନା ଓରଫ ୟୁଗ୍ ସୁନା ରିମାଣ୍ଡରେ । ୫ ଦିନିଆ ରିମାଣ୍ଡରେ ମୃତ ସିମ୍‌ରଙ୍କ ପୁରୁଷ ବନ୍ଧୁ । ପୋଲିସର ତିନୋଟି ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତକୁ ମାରାଥନ୍ ଜେରା କରୁଛନ୍ତି । ସମ୍ବଲପୁରୀ ଆଲବମ୍ କୁଇନଙ୍କ ମୃତ୍ୟ ପଛର ସତ ଓଗାଳିବା ସହ ଆଉ କିଏ ଏଥିରେ ସଂପୃକ୍ତ ସେ ନେଇ ତଥ୍ୟ ଯୋଗାଡ଼ କରିବ

{"id":79061}

ସେଲଫି ବେବୋ ହତ୍ୟା ମାମଲାରେ ୫ ଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଧ୍ରୁବରାଜ ସୁନା ।ଚାଲିଛି ମାରାଥନ୍ ଜେରା । କାହିଁକି ଆଲବମ୍‌ କୁଇନଙ୍କୁ ଜୀବନରୁ ମାରିଦିଆଗଲା ?  ଧ୍ରୁବରାଜ ବାଦ୍‌ ଏହି ହତ୍ୟା ପଛରେ ଆଉ କିଏ କିଏ ଅଛନ୍ତି ? ହତ୍ୟା ପଛର ଗୁମର ଖୋଲିବାକୁ  ଲାଗିପଡ଼ିଛି ସମ୍ବଲପୁର ପୋଲିସ ।  କଡା ସୁରକ୍ଷା ମଧ୍ୟରେ ଗତକାଲି ରାତିରେ ୟୁଗ୍‌ ସୁନାକୁ ଝାରସୁଗୁଡା ଜେଲ୍‌ରୁ ସମ୍ବଲପୁରକୁ ଅଣାଯାଇଥିଲା । ଆଜି ତାକୁ  ସମ୍ବଲପୁର ଏସ୍‌ଡିଜେଏମ୍‌ଙ୍କ ବାସଭବନରେ ହଜାର କରାଯାଇଥିଲା । , ଏହାପରେ ପରେ ପ୍ରଥମେ ସମ୍ବଲପୁର ଟାଉନ୍‌ଥାନା ଓ ପରେ ବୁର୍ଲା ନିଆଯାଇ ସତ ଓଗାଳୁଛି ପୋଲିସ । ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚରାଯାଉଛି ଧ୍ରୁବରାଜକୁ ।  

{"id":79062}

-ଜାନୁଆରୀ ୨ରେ ଆଲବମ୍ କୁଇନ୍ ସିମରନ୍‌ ସିଂଙ୍କ ମୃତ ଦେହ ବୁର୍ଲା ପିସି ବ୍ରିଜ୍‌ ତଳ ମିଳିଥିଲା । କେସିଙ୍ଗାରୁ ନୂଆବର୍ଷ କାର୍ଯ୍ୟକ୍ରମ ସାରି ଝାରସୁଗୁଡା ଫେରୁଥିବା ସିମରନ୍‌ ବୁର୍ଲା ପିସି ବ୍ରିଜ୍‌ ନିକଟକୁ ଆସିଲେ କିପରି ?  ସେ ଏକାଥିଲେ ନା ତାଙ୍କ ସହ ଅନ୍ୟ କେଉଁମାନେ ଥିଲେ ? କାହିଁକି ସିମରନ୍‌ ପିସିବ୍ରିଜ୍‌ ତଳକୁ ଡେଇଁ ଆତ୍ମହତ୍ୟା କଲେ ? ବ୍ରିଜ୍‌ ଉପରୁ ତାଙ୍କୁ କେହି ଠେଲି ଦେଇନାହାଁନ୍ତି କି ଫୋପାଡ଼ି ଦେଇନାହାଁନ୍ତି ତ ? ମୁଖ୍ୟ ଅଭିଯୁକ୍ତ ଧ୍ରୁବରାଜ ସୁନାର,ମାଆ ଓ ବାପା, ଦାଦା  ଫେରାର୍‌ ହୋଇଯାଇଛନ୍ତି ।  ବୁର୍ଲା ଥାନାରେ ହାଜର ହେବାକୁ ପୋଲିସ୍‌ ତାଙ୍କ ଘର ଆଗରେ ଲଟ୍‌କା ଲଗାଇଛି ...............

{"id":79063}

ହତ୍ୟାକାଣ୍ଡର ଗୁମର ଖୋଲିବା ପାଇଁ,ସମ୍ବଲପୁର ପୋଲିସ୍‌ର ସ୍ବତନ୍ତ୍ର ଟିମ୍‌ ୩୦ଟି ପ୍ରଶ୍ନ ସମ୍ମିଳିତ ଏକ ଯାଞ୍ଚସିଟ୍‌ ପ୍ରସ୍ତୁତ କରିଛି। ଏହି ଆଧାରରେ ଚାଲିଛି ଜେରା ।  ଆବଶ୍ୟକ ହେଲେ  ସିମରନ୍‌ର ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନ ପିସି ବ୍ରିଜ୍‌ ତଳକୁ ନିଆଯିବ ଧ୍ରୁବରାଜ ।

{"id":79064,"width":598,"height":340}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.