ସମ୍ବଲପୁରର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ : ନୂଆ ଏସପି ଓ ଆଇଜି ପୁଣି ଖୋଲିଲେ ଫାଇଲ, ଡିଏନଏ ରିପୋର୍ଟକୁ ଅପେକ୍ଷା…

Published By : Prameya-News7 Bureau | August 30, 2019 IST

ସମ୍ବଲପୁର ୩୦|୮: ସମ୍ବଲପୁରର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ଗୁମର ଖୋଲିବା ପରେ, ଏବେ ସମସ୍ତଙ୍କ ଅପେକ୍ଷା କେବେ ଆସିବ ଡିଏନ୍‌ଏ ରିପୋର୍ଟ। ନୂତନ ଭାବରେ ସମ୍ବଲପୁର ଏସ୍‌ପି ଓ ଉତ୍ତରାଞ୍ଚଳ ରେଞ୍ଜ୍‌ ଡିଆଇଜି କାର୍ଯ୍ୟରେ ଯୋଗଦେବା ପରେଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଫାଇଲ୍‌ ପୁଣି ଖୋଲିଛନ୍ତି ଏହି ଦୁଇ ବରିଷ୍ଠ ପୋଲିସ୍‌ ଅଧିକାରୀ।

{"id":151042}

ନିଜେ ଏସ୍‌ପି ହତ୍ୟାକାଣ୍ଡସ୍ଥଳ ପରିଦର୍ଶନ କରିଥିବା ବେଳେ ଡିଆଇଜି ହିମାଂଶୁ ଲାଲ୍‌ ଏହି ପୁରା ମାମଲାର ସମୀକ୍ଷା କରିଛନ୍ତି। ଜୟଶ୍ରୀ ମିଶ୍ରଙ୍କ ଝିଅ କହିଛନ୍ତି ଯେ, ପୋଲିସ୍‌ ଉପରେ ତାଙ୍କର ପୁରା ଭରସା ରହିଛି। ହେଲେ ମାମଲା ପରିଚାଳନା ବିଳମ୍ବ ହେଲେ ପୁଣି ନ୍ୟାୟ ପାଇବା ବିଳମ୍ବ ହେବ । କାରଣ ୮ବର୍ଷ ପରେ ପୋଲିସ୍‌ ଏହି ବନ୍ଦପଡିଥିବା ଫାଇଲ୍‌ ଖୋଲି ତଦନ୍ତ କରୁଛି ।

{"id":151043}

ସମ୍ବଲପୁରର ଜୟଶ୍ରୀ ମିଶ୍ର ହତ୍ୟା ଘଟଣାରେ ଡିଏନ୍‌ଏ ରିପୋର୍ଟ ଓ ଏଫ୍‌ଏମ୍‌ଟି ରିପୋର୍ଟ ଆସିବାରେ ଯେତିକି ବିଳମ୍ବ ଘଟୁଛି ମାମଲା ପରିଚାଳନା ନେଇ ସେତିକ ଜଟିଳତା ସୃଷ୍ଟି କରିଛି। ଦୀର୍ଘ ୮ବର୍ଷ ଧରି ପୋଲିସ୍‌ ଏହିମାମଲାକୁ ବନ୍ଦ କରି ରଖିବା ପରେ ସଦର ଏସ୍‌ଡିପିଓ ଉମାଶଙ୍କର ଉଦ୍‌ଗାତାଙ୍କ କାର୍ଯ୍ୟଦକ୍ଷତା ଓ ତଦନ୍ତ କରିବା ଶୈଳୀ ଯୋଗୁ ପୋଲିସ୍‌କୁ ଏକ ବଡସଫଳତା ମିଳିପାରିଛି।

{"id":151044}

ହେଲେ ମୃତ ଜୟଶ୍ରୀ ମିଶ୍ରଙ୍କ ଖପୁରୀ ଏବଂ ଅନ୍ୟ କିଛି ଅସ୍ଥି ହତ୍ୟା କରାଯାଇ ପୋତାଯାଇଥିବା ସ୍ଥଳରୁ ମିଳିବା ପରେ, ଏହାର ଏଫ୍‌ଏମ୍‌ଟି ଯାଞ୍ଚ ପାଇଁ ପଠାଯାଇଥିଲା। ଏଫ୍‌ଏମ୍‌ଟି ରିପୋର୍ଟ କଣ ଆସିଲା ତାହା ବର୍ତ୍ତମାନ ସୁଦ୍ଧା ସର୍ବସାଧାରଣ କରାଯାଇନାହିଁ। ସେପଟେ ମାସେ ତଳେ ମୃତ ଜୟଶ୍ରୀ ମିଶ୍ରଙ୍କ ପୁଅ ଓ ଝିଅଙ୍କ ରକ୍ତନମୂନା ସଂଗ୍ରହ କରାଯାଇ ଡିଏନଏ ପରୀକ୍ଷା ପାଇଁ ଭୁବନେଶ୍ବର ଯାଇଥିଲା । ଏହାର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିଛି କି ନାହିଁ ସ୍ପଷ୍ଟ କରିନି ପୋଲିସ୍‌। କାରଣ ଏହି ରିପୋର୍ଟ ସିଧା ଏସ୍‌ଡିଡେଏମ୍‌ଙ୍କ କୋର୍ଟକୁ ଆସିବ।

{"id":151045}

ସେପଟେ ମୃତ ଜୟଶ୍ରୀ ମିଶ୍ରଙ୍କ ଝିଅଙ୍କ କହିବା ହେଲା, ୮ବର୍ଷ ଧରି ନ୍ୟାୟ ଓ କଳଙ୍କ ଲିଭାଇବା ପାଇଁ ଚାଲିଥିବା ଏହି ସଂଘର୍ଷର ଅନ୍ତ ହେବାକୁ ଯାଉଛି। ଯଦି ବିଚାର ପକ୍ରିୟା ଶୀଘ୍ର ହୁଅନ୍ତା ତେବେ ତାଙ୍କ ମାଆଙ୍କ ଉପରେ ଲାଗିଥିବା କଳଙ୍କ ଲିଭିବା ସହ ତାଙ୍କୁ ନ୍ୟାୟ ମିଳିପାରନ୍ତା ।

{"id":151047}

ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହେବାବେଳେ, ସମ୍ବଲପୁରର ପୁର୍ବତନ ଏସ୍‌ପି ସଞ୍ଜିବ ଆରୋରାଙ୍କ ହଠାତ୍‌ ଦିଲ୍ଲୀକୁ ବଦଳି ହୋଇଥିଲା। ଏହାପରେ ମାମଲାଯେନତେନ ପ୍ରକାରେ ଚାଲିଥିଲା। ହେଲେ ବର୍ତ୍ତମାନ ଡକ୍ଟର କନୱର ବିଶାଲ୍‌ ସିଂ ସମ୍ବଲପୁର ଏସ୍‌ପି ଭାବରେ ଯୋଗଦେବାପରେ ସେ ପୁଣି ହତ୍ୟାକାଣ୍ଡ ସ୍ଥଳପରିଦର୍ଶନ କରିବା ସହ ଏହି ମାମଲାର ତଦନ୍ତର ପ୍ରତିଦିନର ଅଗ୍ରଗତି ସଂପର୍କରେ ତଥ୍ୟ ରଖୁଛନ୍ତି।

{"id":151048}

ସେହିପରି ଆବଶ୍ୟକସ୍ଥଳେ ଅଭିଯୁକ୍ତ ବସନ୍ତ ପଣ୍ଡାକୁ ପୁଣି ଥରେ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରାଯିବ ବୋଲି କହିଛନ୍ତି। ସେପଟେ ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ଭାବରେ କାର୍ଯ୍ୟରେ ଯୋଗଦେବା ପରେ ହିମାଂଶୁ ଲାଲ୍‌ ମଧ୍ୟ ଏହି ପୁରା ମାମଲାର ତଦନ୍ତର ଦିଗ, ଅଭିଯୁକ୍ତର ବୟାନ, ଡିଏନ୍‌ଏ ଟେଷ୍ଟ ରିପୋର୍ଟର ତର୍ଜମା କରିଛନ୍ତି।

{"id":151049}

 ହେଲେ ବରିଷ୍ଠ ଆଇନଜିବୀଙ୍କ କହିବା ହେଲା, ଅଭିଯୁକ୍ତର ହତ୍ୟା ସ୍ବୀକାରୋକ୍ତ ଯଦି ସିଆର୍‌ପିସିର ୧୬୪ ଧାରାରେ କରାଯାଇଥାଏ ତେବେ, ଏହାକୁ କୋର୍ଟରେ ପ୍ରମାଣ କରିବାକୁ ବେଶି କଷ୍ଟକର ହେବ ନାହିଁ। ନଚେତ୍‌ ମାମଲା କଡ ଲେଉଟାଇବା ଆଶଙ୍କା ସୃଷ୍ଟି ହେବା ସ୍ବାଭାବିକ ।

{"id":151050}

ଭାରତୀୟ ବିଚାର ବ୍ୟବସ୍ଥାରେ କଥା ରହିଛି ଯେ, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ଏହି ମାମଲା ପୋଲିସ୍‌ର ଅବହେଳା ଯୋଗୁ ୮ବର୍ଷ ବିଳମ୍ବରେ ଚାଲୁଛି। ଏବେ ବି ଯଦି ପୋଲିସ୍‌ ତଥ୍ୟ ପ୍ରମାଣ ସଂଗ୍ରହ ଓ ବୟାନ ରେକର୍ଡ କରିବାରେ ଟିକିଏ ବି ଅବହେଳା କରେ, ତେବେ ଅଭିଯୁକ୍ତ ଆଇନ ହାତରୁ ଖସିଯିବାକୁ ସମସ୍ତ ସୁଯୋଗ ପାଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.