ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ସମ୍ବଲପୁର ସାଂସଦ

Published By : Prameya-News7 Bureau | November 13, 2020 IST

ଦେବଗଡ଼ ୧୩/୧୧: ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ। ଦେବଗଡ଼ ଥାନା ତଥା ତିଳେଇବଣି ବ୍ଲକ କୁରଡ଼ ଗାଁ ଏନ୍‌ଏଚ୍-୫୩ରେ ଏହି ଘଟଣା ଘଟିଛି। ଗତକାଲି ରାତି ୧୦ଟାରେ ପଛରୁ ଆସୁଥିବା ଏକ ଟ୍ରକ୍ ( ଏଚ୍‌ଆର୍‌-୫୫ ଏସି-୮୧୦୬) ଧକ୍କା ହେବାରୁ ସମ୍ବଲପୁର ସାଂସଦ ନିତେଶ୍ ଗଙ୍ଗଦେବଙ୍ଗ କାର ( ଓଡି୦୨ୟୁ-୨୩୨୩) କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ସାଂସଦ ଶ୍ରୀ ଗଙ୍ଗଦେବ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅନ୍ୟପକ୍ଷରେ ମାତାଲ୍ ଅବସ୍ଥାରେ ଟ୍ରକ୍ ଚଳାଉଥିବା ସମ୍ପୃକ୍ତ ଡ୍ରାଇଭରଙ୍କୁ ସ୍ଥାନୀୟ ଗାଁଲୋକ କାବୁ କରିବା ସହ ପୁଲିସ୍‌କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ସୂଚନା ମତେ, ଗତକାଲି ରାତି ୧୦ଟାରେ ସାଂସଦ ଶ୍ରୀ ଗଙ୍ଗଦେବ କୌଣସି ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ତାଙ୍କ ଡ୍ରାଇଭର ଅଜିତ୍ ମହାକୁଳ କରୁଡ଼ ଗାଁ ନିକଟରେ ଏକ ଖାଲଦେଖି ବ୍ରେକ୍ ମାରିଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ ଏମ୍‌ପି ଶ୍ରୀ ଗଙ୍ଗଦେବଙ୍କ କାରଙ୍କୁ ଧକ୍କା ଦେଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.