Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

କୁଆଡେ ଗଲେ ପୂଜା ଓ କୁନି ଝିଅ ? ମହାନଦୀରେ ମିଶିଗଲେ ନା ପବନରେ ମିଳେଇଗଲେ ? ଚର୍ଚ୍ଚାରେ କିନ୍ତୁ ଟଙ୍କା ଦେଣନେଣର ଅକୁହା କଥା

28/07/2020 at 7:47 PM

ସମ୍ବଲପୁର,୨୮|୦୭: ମହାନଦୀର ଦ୍ୱିତୀୟ ସେତୁ ଉପରୁ ନଦୀକୁ ଝିଅ ସହ ଡେଇଁଥିବା ସନ୍ଦେହ କରାଯାଏ । କିନ୍ତୁ କାଲି(୨୯ ତାରିଖ)କୁ ମାସେ ପୁରିବ । ଏଯାଏଁ ମିଳିନି ପୂଜା ଅଗ୍ରଓ୍ୱାଲ ଏବଂ ତାଙ୍କ ଶିଶୁ କନ୍ୟାର ଖୋଜ୍ ଖବର । ଜୀବିତ କି ମୃତ ତାହା ଅନିଶ୍ଚିତ । ବହୁ ଖୋଜାଖୋଜି ପରେ ବି ମହାନଦୀରୁ ମିଳିନାହିଁ ସେମାନଙ୍କ ଶରୀର କିମ୍ବା କୌଣସି ଚିହ୍ନବର୍ଣ୍ଣ । ଏପଟେ କିନ୍ତୁ ଚର୍ଚ୍ଚା ଥମୁନି । ପୂଜାଙ୍କ ଶାଶୂ ଘର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବାପା ଘର ଲୋକେ ପୋଲିସରେ କେସ୍ ଦେଇ ବସିଛନ୍ତି । ଶାଶୂଘରେ ବି ପାଲଟା ମାମଲା ଦେଇଛନ୍ତି । କିନ୍ତୁ ପୂଜା ଓ ତାଙ୍କ ଝିଅ ଗଲେ କୁଆଡେ? ଏପଟେ କିନ୍ତୁ ଜୋର୍ ଧରିଛି ଆଉ ଏକ ଭିନ୍ନ ଆଲୋଚନା ।

ଜୁନ ୨୯ ତାରିଖ ଦିନ ୧ଟା ବେଳେ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମହାନଦୀର ଦ୍ୱିତୀୟ ସେତୁ ଉପରୁ ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା ଏକ ଟୁହ୍ୱିଲର୍ । ସେଠାରେ ବି ଥିଲା ଏକ ମୋବାଇଲ ଫୋନ୍ । ସେହି ଫୋନ୍‌ଟି ଥିଲା କଳାହାଣ୍ଡିର କେସିଙ୍ଗା ନିବାସୀ ବରୁଣ ଅଗ୍ରଓ୍ୱାଲଙ୍କ ପତ୍ନୀ ପୂଜା ଅଗ୍ରଓ୍ୱାଲଙ୍କର ।ତେବେ ଗାଡିଟି ଥିଲା ପୂଜାଙ୍କ ଦାଦାଙ୍କର । ପୂଜାଙ୍କ ବାପଘର ହେଉଛି  ସମ୍ବଲପୁରର ଧାମା ଥାନା ଅଞ୍ଚଳରେ । ବ୍ରିଜ୍ ଉପରେ ଗାଡି ଓ ମୋବାଇଲ ଥୋଇ ପୂଜା ଝିଅକୁ ଧରି ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଇଥିଲା । କିନ୍ତୁ ଏହା କେହି ଦେଖିଥିବା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସନ୍ଦେହରେ ଅଗ୍ନିଶମ ବିଭାଗ ପକ୍ଷରୁ ନଦୀରେ ଢେର୍ ଖୋଜାଖୋଜି କରାଯାଇଛି । ଏପଟେ ଏହି ଘଟଣାର ୪ ଦିନ ପରେ ପୂଜାଙ୍କ ମାଆ ମିନା ଅଗ୍ରଓ୍ୱାଲ ଧାମା ଥାନାରେ ଅଭିଯୋଗ କଲେ ଯେ, ତାଙ୍କ ଝିଅ ପୂଜାକୁ ଶାଶୂଘର ଲୋକେ ନିର୍ଯାତନା ଦେଉଥିଲେ । ଏହି ଅଭିଯୋଗକୁ ଧରି ସମ୍ବଲପୁର ପୋଲିସ ଜୁଲାଇ ୨ ତାରିଖ ଦିନ କଳାହାଣ୍ଡିର କେସିଙ୍ଗା ଥାନା ଅନ୍ତର୍ଗତ ବରୁଣ ଅଗ୍ରଓ୍ୱାଲଙ୍କ ଘରକୁ ଯାଇଥିଲେ । କିନ୍ତୁ ଘରେ ବରୁଣ ନଥିଲେ କିମ୍ବା ତାଙ୍କ ମାଆ ବି ନଥିଲେ । କାରଣ ସେହି ଦୁଇଜଣଙ୍କ ନାଁରେ ପୂଜାଙ୍କ ଘର ଲୋକେ ନିର୍ଯାତନା ଅଭିଯୋଗ ଦେଇଥିଲେ । ଘରେ କେବଳ ବରୁଣଙ୍କ ବାପା ଥିଲେ ।

ତାପରେ ପାଲଟା କେସ୍ ଦେଲେ ବରୁଣ ଅଗ୍ରଓ୍ୱାଲ । ଅନଲାଇନ୍ ଏଫଆଇଆରରେ ସେ ଅଭିଯୋଗ କଲେ ଯେ, ମୋ ସ୍ତ୍ରୀ ଓ ଝିଅକୁ ଶ୍ୱଶୂର ଘର ଲୋକେ ଲୁଚାଇ ରଖିଛନ୍ତି । ପୋଲିସ ତଦନ୍ତ ଜାରି ରହିଛି । କିନ୍ତୁ ପୂଜା ଓ ତାଙ୍କ ଝିଅର ପତ୍ତା ମିଳିନି । ସେପଟେ ବରୁଣ ଓ ତାଙ୍କ ମାଆ ଘରକୁ ଫେରୁନାହାଁନ୍ତି । ଏଭଳି ସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଟଙ୍କାକୁ ନେଇ । ଟଙ୍କା ଦେଣନେଣରୁ ଏପରି ଆତ୍ମହତ୍ୟା ଓ ସତ ମିଛର ନାଟକ ବୋଲି ଲୋକଙ୍କ ଆଲୋଚନାରୁ ଶୁଣିବାକୁ ମିଳୁଛି । ବରୁଣଙ୍କଠାରୁ ତାଙ୍କ ଶ୍ୱଶୂର ଘର ଲୋକେ ବ୍ୟବସାୟ ପାଇଁ ଟଙ୍କା ନେଇଥିଲେ । କିନ୍ତୁ ତାହା ଫେରାଉ ନଥିଲେ । ଏକ ବାହାଘର ଉତ୍ସବ ପାଇଁ ପୂଜା ବାପଘରକୁ ଯାଇଥିବା ବେଳେ ଟଙ୍କା ନେଇ ଫେରିବାକୁ ବରୁଣ ତାଙ୍କୁ କହିଥିଲେ । କିନ୍ତୁ  ପୂଜାଙ୍କୁ ବାପଘର ଲୋକେ ଟଙ୍କା ଫେରାଇ ପାରିନଥିଲେ । ଏହାପରେ ଏପରି ଘଟଣା । ଦୁଇ ପଟରୁ ନିରାଶ ହୋଇ ପୂଜା କିଛି ଚରମ ପଦକ୍ଷେପ ନେଇଥାଇ ପାରନ୍ତି କିମ୍ବା ବାପଘର ଲୋକଙ୍କୁ ସୁରକ୍ଷା ଦେବାକୁ ସେମାନଙ୍କ କଥାରେ ଆତ୍ମଗୋପନ କରିଥାଇ ପାରନ୍ତି । ଯେହେତୁ ଏପର୍ଯ୍ୟନ୍ତ ପୂଜା ଓ ତାଙ୍କ ଝିଅଙ୍କ ଜୀବନ ବା ମୃତ୍ୟୁ ନେଇ କିଛି ନିଶ୍ଚିତ ତଥ୍ୟ ଓ ପ୍ରମାଣ ମିଳିନାହିଁ ତେଣୁ ଟଙ୍କା ଦେଣନେଣ ଆଲୋଚନା ଜୋର୍ ଧରିଛି । ଆହୁରି ସନ୍ଦେହଜନକ ହେଲା ପୂଜା ଓ ତାଙ୍କ ଝିଅ ବାହାଘର ପାଇଁ ବାପଘର ଆସିଥିଲେ ବୋଲି ପ୍ରଥମେ ତାଙ୍କ ବଡଭାଇ କହିଥିଲେ । କିନ୍ତୁ ୩ ଦିନ ପରେ ପରେ ପୂଜାଙ୍କ ମାଆ ଥାନାରେ ଅଭିଯୋଗ କଲେ, ନିର୍ଯାତନା ଯୋଗୁଁ ତାଙ୍କ ଝିଅ ବାପଘରକୁ ପଳାଇ ଆସିଥିଲା । ତେବେ ଝିଅ ଘର ଧାମା ଥାନାରେ ହୋଇଥିବା ବେଳେ ସେଠାରୁ ୨୫ କିମି ଦୂର ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମହାନଦୀର ଦ୍ୱିତୀୟ ସେତୁକୁ କାହିଁକି ଗଲେ ପୂଜା । ତିନୋଟି ଥାନାର ଘଟଣା ଏବଂ ତଥ୍ୟ ପ୍ରମାଣ ଅଭାବ ପୋଲିସ ପାଇଁ  ବୁଢିଆଣି ସୂତା ହୋଇଛି । ତଥାପି ପ୍ରକୃତ ସତ ନିଶ୍ଚୟ ବାହାରିବ ବୋଲି ଆଶା କରାଯାଉଛି ।

   Related Posts