ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାଏମ

Published By : Prameya-News7 Bureau | April 06, 2019 IST

ସମ୍ବଲପୁର ୬|୪ : ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନଙ୍କର ପ୍ରାର୍ଥୀପତ୍ର କାଏମ ରହିଛି । ଗତକାଲି ତାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଥିଲା । ନଳିନୀ ସରକାରଙ୍କ ଲାଭଜନକ ସଂସ୍ଥା ସହ ଜଡିତ ଥିବା ଅଭିଯୋଗ କରି ଖୁବ୍ ବର୍ଷିଥିଲା ବିଜେପି । ପରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବ ଅଭିଯୋଗ ଆଣିବା ପରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟାକୁ ଆଜିକୁ ଘୁଞ୍ଚାଯାଇଥିଲା । ପ୍ରଧାନ ନିର୍ବାଚନ ଲଢିବା ପାଇଁ ପୂର୍ତ୍ତ ସଚିବ ପଦବୀରୁ ଇସ୍ତଫା ଦେଇଥିଲେ ମଧ୍ୟ ଆହୁରି ଦୁଇଟି ସରକାରୀ ସଂସ୍ଥାରେ ସଂପୃକ୍ତ ଥିବା ଅଭିଯୋଗ କରିଥିଲା ବିଜେପି । ତେଣୁ ଅଫିସ ଅଫ୍ ପ୍ରଫିଟ୍ ୧୯୬୧ ଆଇନ ଅନୁଯାୟୀ ତାଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ବିଜେପି ପ୍ରାର୍ଥୀ ଗତକାଲି ଆବେଦନ କରିଥିଲେ । ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ  ଅନ୍ୟ ଦୁଇ ସଂସ୍ଥାରେ ସଂପୃକ୍ତ ଥିବା ଅଭିଯୋଗ କରିଥିଲା ବିଜେପି । ଆଜି ଅଭିଯୋଗ ଉପରେ ପରେ ତାଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି । ତେବେ ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବ କହିଛନ୍ତି ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.