ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରସଂଗ: କେନ୍ଦ୍ର ମାଗୁଥିବା ତଥ୍ୟ ନଦେଇ ଖାଲି ଚିଠି ଲେଖିଲେ କଣ ହେବ ବୋଲି ପ୍ରଶ୍ନ କଲା କ୍ରିୟାନୁଷ୍ଠାନ କମିଟି

Published By : Prameya-News7 Bureau | January 12, 2019 IST

ସମ୍ବଲପୁର୧୨|୧: ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବିରେ ପାଖାପାଖି ୫ମାସର ଅଚଳାବସ୍ଥା ପରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚତୁର୍ଥ ଚିଠି  ଆନ୍ଦୋଳନକାରୀଙ୍କ ଅସନ୍ତୋଷ ବଢ଼ାଇଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ କେବଳ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କହିଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଯାହାର ଜବାବ୍‌ ରଖିଛନ୍ତି ବିଜେଡି ନେତା ।

{"id":73229}

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ସମ୍ପର୍କରେ କେନ୍ଦ୍ର ଆଇନ୍‌ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ଚିହିଁକି ଉଠିଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଏନେଇ  ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ୩ଟି ଚିଠି ଲେଖିଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ବରଂ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଚିଠି ପରେ  କେନ୍ଦ୍ର ଆଇନମନ୍ତ୍ରୀ ଯେଉଁ ୫ଟି ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କ ସ୍ପଷ୍ଟୀରକଣ ଚାହିଁଥିଲେ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଚତୁର୍ଥ ଚିଠିରେ କିଛି ଉଲ୍ଲେଖ ନାହିଁ । ଏମିତିରେ ଏହା କେବଳ ଆନ୍ଦୋଳନକୁ ଭଣ୍ଡୁର କରିବା ସହ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିଛି ସିଏସି ।

{"id":73230}

ସେପଟେ କିନ୍ତୁ ସିଏସି ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତା । ଶାସକ ଦଳର କହିବା କଥା କେନ୍ଦ୍ର ଆଇନ୍‌ ମନ୍ତ୍ରୀ, ଜଷ୍ଟିସ ଯଶୋବନ୍ତ ସିଂ କମିଶନଙ୍କ ରିପୋର୍ଟ ଆଧାରରେ  ସ୍ଥାନ ନିରୁପରଣ କରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା କଥା । ହେଲେ ତାହା ନକରି ରାଜ୍ୟ ସରକାରଙ୍କୁ ଅଯଥା ଦୋଷ ଦେଉଛି କେନ୍ଦ୍ର । ସେପଟେ ପ୍ରସଙ୍ଗ ଗରମ ଦେଖି  ବାଣ ମାରିଛନ୍ତି ବିଜେପି ନେତା ।

{"id":73231}

ସମ୍ବଲପୁର ସମେତ ପଶ୍ଚିମଓଡିଶାର ୯ଟି ଜିଲ୍ଲାରେ ଗତ ୫ମାସ ହେଲାଣି ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଉଭୟ ବିଚାରବିଭାଗୀୟ ଓ ପ୍ରଶାସନିକ କଳ ଅଚଳ ହୋଇପଡିଛି। ୪୮ଘଣ୍ଟିଆ ମହାବନ୍ଦ ପରେ, ତିନି ଦିନିଆ ଅର୍ଥନୈତିକ ଅବରୋଧ ପରେ, ମଧ୍ୟ ଅଚଳାବସ୍ଥା ଦୂର ହୋଇପାରିନି। ଏବେ ଚିଠି କୁ ନେଇ ରାଜନୀତି ନିଆଁରେ ଘିଅ ପକାଇବା ସଦୃଶ୍ୟ ହୋଇଛି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି.....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.