Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ରାଜସ୍ଥାନରେ ୩ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ସମ୍ବଲପୁର ଗଜାଧାର ପାଲ୍ଲୀର ଯୁବତୀ ଉଦ୍ଧାର, ପୋଲିସର ଭୂମିକା ସଂଦେହଜନକ

13/02/2019 at 6:57 PM

ସମ୍ବଲପୁର ୧୩|୨: ସମ୍ବଲପୁର ଗଜାଧାର ପାଲ୍ଲୀର ଜଣେ ଯୁବତୀଙ୍କୁ ରାଜସ୍ଥାନରେ ୩ଲକ୍ଷ ଟଙ୍କାରେ ବିକ୍ରି ଅଭିଯୋଗ ।ଡିସେମ୍ବର ୬ ତାରିଖରେ ଏହି ଘଟଣା ଘଟିଥିଲା । ତେବେ ଯୁବତୀଙ୍କ ପରିବାର ଅଭିଯୋଗ କରିଥିଲେ ବି ପୋଲିସ ମାମଲ ରଖିବାକୁ କୁଣ୍ଠାବୋଧ କରିଥିଲା ।୨୦ଦିନ ବିଳମ୍ବରେ ମାମଲା ଦାୟର କରାଯାଇ ସଂପୃକ୍ତ ଯୁବତୀକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ପୁଣିଥରେ ସଂପୃକ୍ତ ଯୁବତୀକୁ ରାଜସ୍ଥାନ ପଠାଇଦେବାକୁ ଉସୁକାଉଛନ୍ତି ଥାନା ବାବୁ । ଏହାସହ ଅଭିଯୁକ୍ତକୁ ଲୁଚାଇ ରଖିବା ଘଟଣାକୁ ଅଧିକ ରୋଚକ କରିଛି…………..

ସୁନ୍ଦରଗଡ ପରେ ସମ୍ବଲପୁର ।  ସମ୍ବଲପୁରର ଜଣେ  ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି ଅଭିଯୋଗ ।  ସମ୍ବଲପୁରରେ ଜଣେ ମହିଳାଙ୍କ ଘରେ କାମ କରୁଥିଲେ ଗଜାଧାରପାଲ୍ଲୀର ଜଣେ ୧୯ବର୍ଷୀୟା ଯୁବତୀ । ତାଙ୍କୁ, ଖାଦ୍ୟରେ ନିଶାଦେଇ ଅଚେତ କରିବା ପରେ, ଭୁବନେଶ୍ବର ଚାଲାଣ କରାଯାଇଥିଲା । ସେଠାରୁ ସଂପୃକ୍ତ ଯୁବତୀଙ୍କୁ ରାଜସ୍ଥାନର ନିଆଯାଇ  ତିନିଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା ।

ଘଟଣା ଘଟିଥିଲା ଡିସେମ୍ବର ୬ରେ । ଟାଉନ୍‌ଥାନା ପୋଲିସ୍‌,ମହିଳା ଥାନା ପୋଲିସ୍‌ ଓ ଧମାଥାନା ପୋଲିସ୍‌ ପ୍ରଥମେ ମାମଲା ରଖିବାକୁ କୁଣ୍ଠାବୋଧ କରୁଥିଲା। ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ପ୍ରଥମେ ଧମାଥାନା ପୋଲିସ୍‌ ମାମଲା ରଖିଥିବା ବେଳେ, ତାକୁ ସମ୍ବଲପୁର ଟାଉନ୍‌ ଥାନାକୁ ହସ୍ତାନ୍ତର କରିଥିଲା । ପ୍ରଥମେ ୧୦ହଜାର ଟଙ୍କା ଦେଲେ,ଝିଅକୁ ଖୋଜାଖୋଜି କରାଯିବ ବୋଲି କହିଥିଲା ଟାଉନ ଥାନା ପୋଲିସ । ଜମିବନ୍ଧା ପକାଇ, ଟଙ୍କା ଦେବାପରେ ଝିଅକୁ ରାଜସ୍ଥାନରରୁ ଉଦ୍ଧାର କରାଯାଇଥିଲା  ।

ଯୁବତୀଙ୍କ ମୁହଁ,ପେଟ,ପିଠି ଓ ଶରୀରର ବିଭିନ୍ନ ସ୍ଥାନରେ ମାଡ ଓ ପୋଡା ଦାଗ ରହିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।  ପୋଲିସ୍‌ ଗତ ଦୁଇଦିନ ହେଲା, ଯୁବତୀ ଜଣକୁ ବିଭିନ୍ନ ସ୍ଥାନରେ ରଖି ବୁଝାସୁଝା କରିବା ସହ, ପୁଣି ରାଜସ୍ଥାନ ଯିବାକୁ ପ୍ରବର୍ତ୍ତାଉଥିବା କହିଛନ୍ତି, ପୀଡିତାଙ୍କ ବାପା ।

ପୋଲିସ୍‌ ବର୍ତ୍ତମାନ ସୁଦ୍ଧା ୧୬୪ ଧାରାରେ  ଯୁବତୀଙ୍କ ବୟାନ ରେକର୍ଡ କରିନି। ସେପଟେ ଯେଉଁ ମହିଳା ଓ ତାଙ୍କ ସ୍ବାମୀ ଯୁବତୀଙ୍କୁ ପ୍ରଥମେ ଭୁବନେଶ୍ବର ଓ ପରେ,ରାଜସ୍ଥାନରେ ବିକ୍ରି କରିଥିଲେ,ସେମାନଙ୍କୁ ମଧ୍ୟ ଗିରଫ ନକରି ଛାଡିଦେଇଛି । ଏପରିକି ରାଜସ୍ଥାନର ଯେଉଁ ଯୁବକ, ପୀଡିତାଙ୍କୁ କିଣିଥିଲେ, ତାଙ୍କୁ ସମ୍ବଲପୁର  ବିଭିନ୍ନ ସ୍ଥାନରେ ଲୁଚାଇ ରଖିବା ସହ ଗଣମାଧ୍ୟମ ସମ୍ମୁଖକୁ ଆଣୁନି ପୋଲିସ  ।  

ବର୍ତ୍ତମାନ ସୁଦ୍ଧା ପୀଡିତାଙ୍କ ଡାକ୍ତରୀମାଇନା କରାଯାଇନି । ନିଜେ ଟାଉନ୍‌ଥାନା ଆଇଆଇସି ପୀଡିତାଙ୍କୁ ପୋଲିସ୍‌ ଗାଡିରେ ବସାଇ, ସମ୍ବଲପୁର ସହର ସାରା ଚକ୍‌ର କାଟିବା,ଗଣମାଧ୍ୟମକୁ ଅଭିଯୁକ୍ତ କିମ୍ବା ପୀଡିତା ସଂପର୍କରେ କିଛି ନକହିବା, ଏହି ମାମଲାକୁ ଅଧିକ ରହସ୍ୟମୟ କରିଦେଇଛି। ସମ୍ବଲପୁରର ତିନିଜଣ ପୋଲିସ୍‌ ଅଧିକାରୀ ଏହି ଝିଅ ଚାଲାଣ ରାକେଟ୍‌ରେ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା-ମା ।

ସତରେ କଣ ରାକେଟ୍‌ରେ ଖାକି ବାବୁଙ୍କ ସଂପୃକ୍ତି ରହିଛି । ଯଦି ନାହିଁ ମାମଲାକୁ କାହିଁକି ଏତେ ଗୋଳିଆ କରୁଛି ପୋଲିସ …

   Related Posts