ସମ୍ବଲପୁର ୪|୬: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆଜି ରାତିରେ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୭ରେ ଦେବେଦେବ ମହାଦେବଙ୍କ ସହ, ମାତା ପାର୍ବତୀଙ୍କ ବିବାହ ସଂପୂର୍ଣ୍ଣ ଲୋକାଚାର ରୀତିନୀତିରେ ହେବ ।
{"id":119566}ସରିଲା ପତରପେଣ୍ଡି । ଗତକାଲି ରାତିରେ ଦେବଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଛି । ରାତି ପ୍ରାୟ ୧୦ଟା ୧୭ମିନଟରେ, ନନ୍ଦପଡାର ଶ୍ରୀଶ୍ରୀ ଲୋକନାଥ ବାବାଙ୍କ ପତରପେଣ୍ଡି ପାଇଁ ସପ୍ତର୍ଷି ମଣ୍ଡଳୀ,ବାଜାବାଣ,ରୋଷଣୀ ସହ, କନ୍ୟା ଅନ୍ବେଷଣରେ ବାହାରିଥିଲେ । , ପୂର୍ବ ନିର୍ଦ୍ଧାରିତ କନ୍ୟାପିତାଙ୍କ ଘରେ ପହଞ୍ଚିଥିଲେ ସପ୍ତର୍ଷି ମଣ୍ଡଳ । ୨୧ଟି ସର୍ଗିପତ୍ର, ବେଲପତ୍ର, ଫୁଲ, ଚନ୍ଦନ, ସିନ୍ଦୁର, ମିଷ୍ଠାନ୍ନ ଏବଂ ନଡିଆ ଦେଇ, ମଧ୍ୟ ରାତ୍ର ୧ଟା ୨୪ମିନଟରେ ଦେବ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ କରିଥିଲେ । ଏହାପରେ ଶିବ ବିବାହର ଲଗ୍ନ ନିରୁପଣ କରାଯିବା ସହ, ସପ୍ତର୍ଷି ମଣ୍ଡଳୀ ଶିବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
{"id":119567}ପତରପେଣ୍ଡି ପରେ, ଆଜି ରାତିରେ ଦେବ ନିମନ୍ତ୍ରଣ ବା ନୃସିଂହ ନିଉତା କାର୍ଯ୍ୟକ୍ରମ ରହିଛି। ଏକ ସୁସଜିତ ରଥରେ ବସି, ବୀର ହନୁମାନ ଏବଂ କେତେକ ସ୍ଥାନରେ ଭଗବାନ ନୃସିଂହ, ସହରରେ ଥିବା ବିଭିନ୍ନ ମନ୍ଦିରକୁ ଯାଇ ଦେବ ବିବାହକୁ ନିମନ୍ତ୍ରଣ ଦେବେ। ଏହି ନିମନ୍ତ୍ରଣରେ ଗୋଟିଏ ଚିଟାଉ,ଗୋଟିଏ ପଇତା,ଗୋଟିଏ ମିଷ୍ଠାନ୍ନ ଦନାରେ ରଖି, ପ୍ରତି ମନ୍ଦିରରେ ପ୍ରଦାନ କରାଯିବ। ଆସନ୍ତା ୭ରେ ଶିବ ବିବାହ କାର୍ଯ୍ୟ ସଂପନ୍ନ ହେବାପରେ, ୮ରେ ଦେବଦମ୍ପତ୍ତି ବିଶ୍ରାମ ନେବେ । ୮ ରାତିରୁ, ୯ ଅପରାହ୍ନ ପର୍ଯ୍ୟନ୍ତ, ଦେବଦମ୍ପତ୍ତିଙ୍କ ଯୁଗଳମୂର୍ତ୍ତୀ ବିଶାଳ ଶୋଭାଯାତ୍ରାରେ ବାହାରି, ନଗର ପରିକ୍ରମା କରିବେ ।
{"id":119568}ଶୀତଳଷଷ୍ଠୀ ଯାତ୍ରା ପାଇଁ ପୁରା ସମ୍ବଲପୁର ପ୍ରସ୍ତୁତ ହୋଇଥିବା ବେଳେ, ପ୍ରତି ଘରକୁ କୁଣିଆ ଆସି ପହଞ୍ଚିଲେଣି । ସ୍କୁଲ କଲେଜ୍ ଛୁଟି ଥିବାରୁ ସମସ୍ତେ ଦେବ ବିବାହକୁ ମନଭରି ଉପଭୋଗ କରିବାକୁ ପ୍ରସ୍ତୁତ ।