ସମ୍ବଲପୁର ଗଣଦୁଷ୍କର୍ମ : ଗିରଫ ୪ ଅଭିଯୁକ୍ତଙ୍କୁ ଚିହ୍ନଟ କଲେ ପୀଡିତା, ୨୦ଦିନ ଭିତରେ ଚାର୍ଜସିଟ୍

Published By : Prameya-News7 Bureau | December 09, 2019 IST

ସମ୍ବଲପୁର ୯।୧୨:  ସମ୍ବଲପୁର ଅଇଁଠାପାଲିରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ରେଡ୍ ଫ୍ଲାଗ୍ କାଟେଗୋରୀରେ ଗ୍ରହଣ କରିଛି ପୋଲିସ । ୨୦ଦିନ ଭିତରେ ଚାର୍ଜସିଟ୍ ଦାଖଲ କରାଯିବ । ପୀଡିତାଙ୍କ ସମ୍ମୁଖରେ ଗିରଫ ୪ ଅଭିଯୁକ୍ତଙ୍କ ଟିଆଇ ପରେଡ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ପୀଡିତା ଚିହ୍ନଟ କରିଛନ୍ତି । ଆଜି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇପାରେ । ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।

{"id":195566,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ହୀରାକୁଦ ଅଞ୍ଚଳର ଏହି ମହିଳା ଘରକୁ ଫେରିବା ବାଟରେ ଦୁଇ ଜଣ ଯୁବକ ତାଙ୍କୁ ଘରେ ଛାଡ଼ି ଦେବେ କହି ବାଇକରେ ନେଇଥିଲେ। ଅଇଁଠାପାଲି ଡେନସର୍ଗିଠାରେ ଏକ ନିଛାଟିଆ ସ୍ଥାନରେ ମହିଳାଙ୍କୁ ଦୁଇ ଯୁବକ ଦୁଷ୍କର୍ମ କରିଥିଲେ। ଏହାପରେ ଆଉ ଦୁଇ ଯୁବକ ସେଠାକୁ ଆସି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ୪ ଯୁବକ ମହିଳାଙ୍କୁ ରାତିସାରା ଦୁଷ୍କର୍ମ କରି ବରେଇପାଲି ନିକଟରେ ତାଙ୍କୁ ଫିଙ୍ଗି ଦେଇ ଚାଲି ଯାଇଥିଲେ।

{"id":195567,"sizeSlug":"large"}

ମହିଳା ଜଣକ ସେଠାରେ ସଂଜ୍ଞାହୀନ ଅବସ୍ଥାରେ ସକାଳ ପର୍ଯ୍ୟନ୍ତ ପଡ଼ିଥିଲେ । ମହିଳାଙ୍କୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମହିଳାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲା । ଚେତା ଫେରିବା ପରେ ପୀଡିତା ମହିଳା ସମସ୍ତ ଘଟଣା କହିଥିଲେ। ପୋଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.