Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଫସଲରେ ଲାଗିଛନ୍ତି ଅଷ୍ଟପଦୀ ପୋକ – ଚିନ୍ତାରେ ଚାଷୀ

6/11/2019 at 5:37 PM

ସମ୍ବଲପୁର ୦୬।୧୧ –  ଚିନ୍ତାରେ ଚାଷୀ । ସମ୍ବଲପୁର ଜିଲ୍ଲାରେ ଅଷ୍ଟପଦୀ ପୋକ ଲାଗି ବ୍ୟାପକ ଧାନ ଫସଲ ନଷ୍ଟ ଯୋଗୁଁ ଏବେ ସର୍ବସ୍ବାନ୍ତ ହୋଇଛନ୍ତି ଚାଷୀକୂଳ । ହେକ୍ଟର ହେକ୍ଟର ଚାଷ ଜମିରେ ଚରି ଯାଉଛନ୍ତି କୀଟ । ଗୋଟେ ପଟେ ପୂର୍ବ ଫସଲ କ୍ଷତିର ବୀମା ଟଙ୍କା ନ ପାଇ ୧୫ ଦିନ ହେଲା ୩ହଜାରରୁ ଅଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିବା ବେଳେ ଏବେ କ୍ଷତି ବାବଦକୁ ରାଜସ୍ବ ବିଭାଗ ଦେଉଥିବା କ୍ଷତିପୂରଣ ସମୁଦ୍ରକୁ ଶଂଖେ । ଏମିତିରେ ଚାଷୀ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ।

ପୂର୍ବ ବର୍ଷ ମାନଙ୍କରେ କ୍ଷତି ହୋଇଥିବା ଫସଲର ବୀମା ଟଙ୍କା ଏଯାଏଁ ମିଳିନି । ଏବେ ପୁଣି ଦାଉ ସାଧିଲାଣି ଅଷ୍ଟପଦୀ ପୋକ । ସମ୍ବଲପୁର ଜିଲ୍ଲାରେ ହେକ୍ଟର ହେକ୍ଟର ଚାଷ ଜମିରେ ଚରି ଯାଇଛନ୍ତି କୀଟ । ଫଳରେ ଅମଳ ପୂର୍ବରୁ ନଷ୍ଟ ହୋଇଛି ବ୍ୟାପକ ଧାନ ଫସଲ । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଗୋଟେ ପଟେ ପୂର୍ବ ଫସଲ କ୍ଷତିର ବୀମା ଟଙ୍କା ନପାଇ ୧୫ ଦିନ ହେଲା ୩ହଜାରରୁ ଅଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିବା ବେଳେ ଏବେ କ୍ଷତି ବାବଦକୁ ରାଜସ୍ବ ବିଭାଗ ଦେଉଥିବା କ୍ଷତିପୂରଣ ସମୁଦ୍ରକୁ ଶଂଖେ । ଏମିତିରେ ସାହୁକାର ଓ ସମବାୟ ବ୍ୟାଙ୍କରୁ ଆଣିଥିବା ଋଣ କେମିତି ପରିଶୋଧ କରିବେ ଆଉ ବର୍ଷସାରା କେମିତି ପରିବାର ଭରଣପୋଷଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ।

ଅଷ୍ଟପଦୀ କୀଟ ଚରିଯିବା ଯୋଗୁଁ ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକରେ ୧୯୮ ହେକ୍ଟର, ମାନେଶ୍ବର ବ୍ଲକରେ ୧୪୯ ହେକ୍ଟର, ରେଙ୍ଗାଲି ବ୍ଲକରେ ୮୭ ହେକ୍ଟର, ଯୁଯୁମରା ବ୍ଲକରେ ୧୧୬ ହେକ୍ଟର ଧାନଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଏକ କୀଟର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି ବୋଲି କହିଛନ୍ତି କୃଷି ବିଜ୍ଞାନୀ । ତେବେ କୃଷି ଅଧିକାରୀ ଏନେଇ କ’ଣ କହୁଛନ୍ତି ଦେଖିବା ।

ପଶ୍ଚିମ ଓଡ଼ିଶାରେ ଚାଷୀ ମୁଣ୍ଡରେ ଚଡ଼କ । କେତେବେଳେ ଚରିଯାଉଛି ଚକଡ଼ା ତ ଆଉ କେତେବେଳେ ଫସଲ ଉଜାଡ଼ୁଛି ଅଦିନିଆ ବର୍ଷା । ଆଉ ଏବେ ଚାଷୀଙ୍କ ପରିଶ୍ରମକୁ ନଷ୍ଟ କରିଦେଇଛି ଅଷ୍ଟପଦୀ ପୋକ । ବୀମା କରି ବି ବୀମା ଟଙ୍କା ମିଳୁନି, କ୍ଷତି ପୂରଣ ବାବଦକୁ ସରକାର ଯାହା ଦେଉଛନ୍ତି ତାହା ଖର୍ଚ୍ଚ ଭରଣାକୁ ପାଉନି । ଏମିତିରେ କ’ଣ କରିବେ ଚାଷୀକୂଳ । କିଛି ଥଳକୂଳ ପାଉନାହାନ୍ତି । 

   Related Posts