Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଅଦିନିଆ ବର୍ଷା ଯୋଗୁଁ ସମ୍ବଲପୁର ଚାଷୀ ମୁଣ୍ଡରେ ହାତ ଦେଲେଣି : ହଜାର ହଜାର ଏକର ଜମି ବୁଡିଲା ପାଣିରେ

17/12/2018 at 4:24 PM

ସମ୍ବଲପୁର ୧୭|୧୨ : ଲଗାଣ ବର୍ଷା ଓ ପବନ ଯୋଗୁ ବ୍ୟାପକ ଧାନଫସଲ ନଷ୍ଟ ହୋଇଛି।ଧାନ କାଟି କିଏ ମଣ୍ଡିରେ ଖୋଲା ଆକାଶ ତଳେ ରଖିଥିଲା ।ପୁଣି କେଉଁ ଚାଷୀର ଧାନ କ୍ଷେତରେ ରହିଯାଇଥିଲା । ହେଲେ ମେରୁଦଣ୍ଡ ଭାଙ୍ଗିଦେଲା ବର୍ଷା ।

ଅଦିନିଆ ବର୍ଷା ଦାଉ ସାଧିଲା ।  ସମ୍ବଲପୁରର ଚାଷୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି। ଗତ କାଲି ସଂଧ୍ୟାରୁ ଲଗାଣ ବର୍ଷା  ଆରମ୍ଭ ହୋଇଗଲା । ଫଳରେ ଧାନ କ୍ଷେତ ସବୁ ପାଣିରେ ବୁଡି ରହିଛି। ଅନେକ ସ୍ଥାନରେ ଧାନକଟା ହୋଇ କ୍ଷେତରେ ପଡିଛି । କିଛି ଧାନ ଖଳାରେ ପଡିଥିବା ବେଳେ, ଅନ୍ୟ କେତେକ ସ୍ଥାନରେ ଚାଷୀ ଧାନ ବିକ୍ରି କରିବାକୁ ମଣ୍ଡିକୁ ନେଇଛି। ହେଲେ ସେଠାରେ ମଧ୍ୟ ଖୋଲାମେଲାରେ ପଡିଛିଧାନବସ୍ତା। ସେପଟେ ଟ୍ରାକ୍ଟର, ଟ୍ରକ୍‌ରେ ଧାନବସ୍ତା ବୋଝେଇ ହୋଇଥିବା ବେଳେ, ତାହା ବର୍ଷା ପାଣିରେସଂପୂର୍ଣ୍ଣ ଓଦା ହୋଇଯାଇଛି । ପାଣିରୁ ଛାଣି, ଧାନକୁ ଖରାରେ ଶୁଖାଇଲେ ଏହାର ପ୍ରାକୃତିକ ରଙ୍ଗ ନଷ୍ଟହେବ ।  କେତେକ ଧାନରେ ଗଜା ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ବଳକା ଧାନ ଶୁଖିବା ପରେ ସେଗୁଡିକ ଅଗାଡି ହେବା ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବ୍ୟାପକ ଫସଲ ହାନି ଯୋଗୁଁ ଜିଲ୍ଲା ପ୍ରଶାସନକୁ କ୍ଷତିପୂରଣ ପାଇଁ ଗୁହାରି କରିଛନ୍ତି ଚାଷୀ । 

ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ନେତୃତ୍ୟରେ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ ସାକ୍ଷାତ କରିଥିଲେ । ଧାନ କାଟିବା ସମୟରେ, ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷୀ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ସେପଟେ ମିଲରମାନେ, ଧାନବସ୍ତା ପ୍ରତି  ୩ରୁ ୮କେଜି ଧାନ କଟ୍‌ନି ଛଟ୍‌ନି କରୁଛନ୍ତି। ଏବେ ବର୍ଷାରେ ଓଦା ହୋଇଥିବା ଓ ରଙ୍ଗବିହୀନ ଧାନ ବସ୍ତା ଯୋଗୁଁ ଚାଷୀଙ୍କ ଅଧିକ ଶୋଷଣର ଶିକାର ହେବେ। ବସ୍ତା ପ୍ରତି,୧୦ରୁ ୧୮କିଲୋ କଟ୍‌ନି ଛଟ୍‌ନୀ କରିବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ, ମିଲରମାନଙ୍କୁ କଟ୍‌ନି ଛଟ୍‌ନୀ ନକରିବାକୁ ନିର୍ଦ୍ଦେଶ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ସେହିପରି, କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବୀମା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ଚାଷୀ । 

କେତେବେଳେ ମିଲର ଶୋଷଣ କରୁଛନ୍ତି ତ ଆଉ କେତେବେଳେ ଅଦିନିଆ ବର୍ଷା ଦାଉ ସାଧୁଛି । ବାରମ୍ବାର ସମସ୍ୟା ଭିତରକୁ ଠେଲି ହେଇ ଚାଷୀର ଅଣ୍ଟା ବଙ୍କା ହେଇଗଲାଣି ।

   Related Posts