Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସମ୍ବଲପୁର : ହଟାଗଲା ଦଳୀୟ ପୋଷ୍ଟର ଓ ହୋର୍ଡିଂ

13/03/2019 at 3:16 PM

ସମ୍ବଲପୁର ୧୩|୩ (ନୀଳାଚଳ ମହାପାତ୍ର) : ସମ୍ବଲପୁର ଜିଲ୍ଲାର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନ ପାଇଁ ଏପ୍ରିଲ୍‌ ୨୩ରେ ହେବ ଭୋଟ୍‌ । ଏହାକୁ ନେଇ  ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏବେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ପ୍ରଥମେ ବିଭିନ୍ନ ସ୍ଥାନରୁ ଦଳୀୟ ପୋଷ୍ଟର ହୋର୍ଡିଂ ହଟାଯାଇଛି। ଏହି ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ ।

ସମ୍ବଲପୁର ଜିଲ୍ଲାରେ ରହିଛି ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ।  ସମ୍ବଲପୁର, ରେଙ୍ଗାଲି, ରେଢାଖୋଲ ଓ କୁଚିଣ୍ଡା ବିଧାନସଭା ସହ ସମ୍ବଲପୁର ଲୋକସଭା ଆସନ ପାଇଁ ଆସନ୍ତା ଏପ୍ରିଲ୍‌ ୨୩ରେ ଭୋଟ୍ ହେବ ।  ଜିଲ୍ଲାର ମୋଟ ୮ଲକ୍ଷ ୧୬ହଜାର ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ମୋଟ ୪୪୭ଟି ଭୋଟ ଗ୍ରହଣ କେନ୍ଦ୍ରରେ, ୯୩୫ଟି ବୁଥ୍‌ ରହିବ । ସଂପୂର୍ଣ୍ଣ ଜିଲ୍ଲାକୁ ୧୦୩ଟି ସେକ୍ଟରରେ ବିଭକ୍ତ କରାଯାଇଛି।  ୩୪୬ଟି ଅତି ସମ୍ବେଦନଶୀଳ ବୁଥଗୁଡ଼ିକରେ ମୁତୟନ ହେବେ ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷାବଳ ।  

ମାର୍ଚ୍ଚ ୨୮ରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ ।ଏପ୍ରିଲ୍‌ ୪ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ନୋମିନେସନ । ଏପ୍ରିଲ୍‌ ୫ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ଏପ୍ରିଲ୍‌ ୮ରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏପ୍ରିଲ୍‌ ୨୩ରେ ଭୋଟଗ୍ରହଣ ଥିବାରୁ, ୨୧ ସଂନ୍ଧ୍ୟା ୫ଟା ସୁଦ୍ଧା ପ୍ରଚାର ଶେଷ ହେବ ।  ନିର୍ବାଚନରେ ଟଙ୍କା ବଣ୍ଟା, ଗଣ୍ଡଗୋଳ ଉପରେ ନଜର ରଖିବାକୁ ବ୍ୟାପକ ପୋଲିସ୍ ମୁତୟନ, ପାଟ୍ରୋଲିଂ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡା କଡି କରାଯିବ ।

ଏଥର ନିର୍ବାଚନରେ ସମ୍ବଲପୁର ଜିଲ୍ଲାରେ ସମସ୍ତ ୪ଟି ବିଧାନସଭା ଓ ଲୋକସଭା ଆସନରେ ମୁଖ୍ୟତଃ ବିଜେଡି-ବିଜେପି ଭିତରେ ଫାଇଟ୍‌ ହେବା ଏକ ପ୍ରକାର ନିଶ୍ଚିତ । ସେଥିପାଇଁ ନିର୍ବାଚନ ତାରିଖ ଘୋଷଣା ଦିନରୁ ହିଁ ଜିଲ୍ଲାରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି । ଆଗକୁ ପ୍ରଚାର ଜମିବ ।

   Related Posts