Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଆଲବମ୍ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ମାମଲା ; ଝାରସୁଗୁଡ଼ା ପୋଲିସର ଅବହେଳା ନେଇ ଭିଡିଓ ଭାଇରାଲ୍, ତଦନ୍ତ ନିର୍ଦ୍ଦେଶ ଦେଲେ ସମ୍ବଲପୁର ଡିଆଇଜି

10/01/2019 at 9:24 AM

ଝାରସୁଗୁଡା ୧୦|୧: ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମରନଙ୍କ ମାମଲାରେ ପୋଲିସର ଅବହେଳା ସାମ୍ନାକୁ ଆସିଛି । ଗୋଟିଏ ପଟେ ସିମରନଙ୍କ ପୁରୁଷ ବନ୍ଧୁ ଦୁବରାଜ ସୁନା ବିରୋଧରେ ଆଇପିସି ୩୭୬ ଓ ପୋକ୍ସୋ ଆକ୍ଟରେ ସଙ୍ଗିନ ମାମଲା ରୁଜୁ ହୋଇ ଗତ ୬ ତାରିଖରେ ଝାରସୁଗୁଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତବର୍ଷ ଅପ୍ରେଲ ମାସରୁ ସିମରନ ଘରୁ ଫେରାର ହେବା ପରେ ତା ପରିବାର ପକ୍ଷରୁ ଥାନାରେ ଏତଲା ଦେବା ଓ ପୁଣି ୮ ମାସ ପରେ ଗତ ଡିସେମ୍ବର ୨୭ ତାରିଖରେ ସିମରନ ନିଜେ ଆସି ଝାରସୁଗୁଡା ଥାନାରେ ତା ପ୍ରତି ପୁରୁଷ ବନ୍ଧୁ ଦୁବରାଜ ପରିବାର ପକ୍ଷରୁ ନିର୍ଯାତନା ଦିଆଯିବା ସମ୍ପର୍କିତ ଏତଲା ଦିଆଯାଇଥିଲା । ଏହି ଘଟଣାରେ ଡିସେମ୍ବର ୩୦ରେ ସିମରନଙ୍କ ୧୬୧ରେ ଝାରସୁଗୁଡ଼ା ପୋଲିସ ବୟାନ ରେକର୍ଡ କରିଥିଲେ ସୁଦ୍ଧା ସିମରନଙ୍କ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ୧୬୪ ବୟାନ ଓ ଡାକ୍ତରୀ ମାଇନା କାହିଁକି କଲା ନାହିଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ୟପକ୍ଷରେ ଝାରସୁଗୁଡା ଥାନାରେ ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୋଲିସ କେସ୍ ବାବଦରେ ଶିଶୁ ସୁରକ୍ଷା କମିଟିକୁ ଜଣାଇ ନାହିଁ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଝାରସୁଗୁଡା ପୋଲିସ ଅବହେଳା ନେଇ ଭିଡିଓ ଭାଇରଲ ହେଉଥିବାରୁ ଝାରସୁଗୁଡା ଏସପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ଦିନ ବୁର୍ଲା ପାୱାର ଚାନେଲ ବ୍ରିଜ ତଳୁ ସିମରନଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ହୀରାକୁଦ ପୋଲିସ ଉଦ୍ଧାର କରିଥିଲା | ତା’ପରେ ସିମରନ ଜଣେ ଆଲବମ ଅଭିନେତ୍ରୀ ବୋଲି ଜଣାପଡିଥିଲା | ସିମରନଙ୍କ ଫୋନ ଜବତ ହେବାପରେ ବିଭିନ୍ନ ଗୁମର ଖୋଲିବାରେ ଲାଗିଛି | ସିମରନଙ୍କ ନିଜ ଘର ଝାରସୁଗୁଡା ନିକଟସ୍ଥ ଭୂଲିୟାଟିକ୍ରାରେ | ତାଙ୍କୁ ବୟସ ମାତ୍ର ୧୭ ବର୍ଷ ହୋଇଥିଲା |

   Related Posts