Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରେଣୀ କକ୍ଷରେ ଜିଲ୍ଲାପାଳ ପରଖିଲେ ଶିକ୍ଷା ପଦ୍ଧତି

ସମ୍ବଲପୁର ୧୨/୮ : ବର୍ତ୍ତମାନ ସରକାରୀ ସ୍କୁଲ୍‌ରେ ନା ଭଲ ଶିକ୍ଷକ ଅଛନ୍ତି ନା, ଭଲ ପରିବେଶ। ଶିକ୍ଷକ ଭୁବନେଶ୍ବରରେ ଆନ୍ଦୋଳନ କରୁଥିବା ବେଳେ, ପିଲାମାନେ ସ୍କୁଲ୍‌ ଆସି କ୍ଲାସ୍‌ ନକରି ଘରକୁ ଫେରିବା ପରିସ୍ଥିତି। ଧିରେଧିରେ ସ୍ବଛଳ ବର୍ଗର ପରିବାର ସେମାନଙ୍କ ପିଲାଙ୍କୁ ଆଉ ସରକାରୀ ସ୍କୁଲ୍‌ରେ ପାଠ ପଢାଇବାକୁ ଇଛା କରୁନାହାଁନ୍ତି। ହେଲେ ସମ୍ବଲପୁରରେ ପରିସ୍ଥିତି ଭିନ୍ନ। ଏଠି ଯୁବ ଜିଲ୍ଲାପାଳ ଆରମ୍ଭ କରିଛନ୍ତି ଟିଚ୍‌ ଫର୍‌ ସମ୍ବଲପୁର କାର୍ଯ୍ୟକ୍ରମ। ଏଥିରେ ଆଇଆଇଏମ୍‌,ଭିସୁଟ୍‌,ସମ୍ବଲପୁର ବିଶ୍ବବିଦ୍ୟାଳୟ,ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳର ଛାତ୍ରଛାତ୍ରୀ ମାନେ, ସ୍ବେଛାକୃତ ଭାବରେ, ବିଭିନ୍ନ ସରକାରୀ ସ୍କୁଲ୍‌ରେ ଶିକ୍ଷାଦାନ କରୁଛନ୍ତି, ତାହା ପୁଣି ରବିବାର ଓ ଅନ୍ୟାନ ଛୁଟିଦିନ ମାନଙ୍କରେ। ଆଉ ନିଜେ ଜିଲ୍ଲାପାଳ ସ୍କୁଲ୍‌କୁ ସ୍କୁଲ୍‌ ବୁଲି ନିଜେ, ଶ୍ରେଣୀକକ୍ଷରେ ବସି ଏହି ସ୍ବେଛାକୃତ ଶିକ୍ଷକଙ୍କ ଶିକ୍ଷାଦାନ ପଦ୍ଧତିକୁ ପରକ୍ଷୁଛନ୍ତି। ଆବଶ୍ୟକସ୍ଥଳେ ନିଜେ ପିଲାଙ୍କ ସନ୍ଦେହ ମୋଚନ କରୁଛନ୍ତି…
ରବିବାର। ଏହି ଦିନକୁ ସମସ୍ତ ସରକାରୀ କର୍ମଚାରୀ ଆଉ ଉଚ୍ଚପଦସ୍ଥ ଅଧିକାରୀ, ନିଜ ପରିବାର ପାଇଁ ଓ ବିଶ୍ରାମ ପାଇଁ ବ୍ୟବହାର କରନ୍ତି। ହେଲେ ସମ୍ବଲପୁର ଜିଲ୍ଲାପାଳଙ୍କୁ ରବିବାର ମଧ୍ୟ ଛୁଟି ନାହିଁ। ସେ ଆରମ୍ଭ କରିଥିବା ଟିଚ୍‌ ଫର ସମ୍ବଲପୁର କାର୍ଯ୍ୟକ୍ରମ କେମିତି ଚାଲିଛି। ସରକାରୀ ସ୍କୁଲ୍‌ରେ ମୁଖ୍ୟତଃ ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ଅଭାବ ଲାଗିରହିଥିବାରୁ, ପିଲାମାନଙ୍କ ଏହି ଦୁଇଟି ବିଷୟ ପ୍ରତି ସବୁବେଳେ ଭୟ ଲାଗି ରହୁଥିଲା। ହେଲେ ଏବେ ଆଇଆଇଏମ୍‌ ଓ ଭିସୁଟ୍‌ ଭଳି ଇଞ୍ଜିନିୟରିଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ,ସରକାରୀ ସ୍କୁଲ୍‌କୁ ରବିବାର ଓ ଅନ୍ୟାନ ଛୁଟି ଦିନମାନଙ୍କରେ ଆସି, ଆଗ୍ରହୀ ପିଲାମାନଙ୍କୁ ୨ଘଣ୍ଟା ନିରବଛିନ୍ନ ଭାବରେ ଶିକ୍ଷାଦାନ କରୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ସ୍ବେଛାକୃତ ଶିକ୍ଷକମାନେ ଆଗ୍ରହର ସହ, ନୂତନ ଶିକ୍ଷାଦାନ ପ୍ରଣାଳୀରେ ପିଲାମାନଙ୍କୁ ଶିକ୍ଷାଦାନ କରୁଥିବାରୁ, ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ଆଗ୍ରହର ସହ ଏହାକୁ ଗ୍ରହଣ କରୁଛନ୍ତି। ଅନ୍ୟପଟେ ସ୍ବେଛାକୃତ ଶିକ୍ଷକ ଶିକ୍ଷୟତ୍ରୀମାନେ କିପରି ଶିକ୍ଷାଦାନ କରୁଛନ୍ତି ତାକୁ ନିଜେ ଜିଲ୍ଲାପାଳ ଶ୍ରେଣୀ କକ୍ଷର ପଛରେ ବସି ଧ୍ୟ୍ୟାନର ସହ ନିରୀକ୍ଷଣ କରୁଥିବାରୁ, ଶୈକ୍ଷିକ ବାତାବରଣ ନିଶ୍ଚିତ ରୁପେ ଭଲ ରହୁଛି..
ରାଜ୍ୟରେ ପ୍ରଥମଥର କରି, ଏଭିଳ ଅଭିନବ ଉପାୟରେ,ଟିଚ୍‌ ଫର ସମ୍ବଲପୁର ମାଧ୍ୟମରେ, ନିଜ ଅଞ୍ଚଳର ପିଲାଙ୍କୁ, ସ୍ବେଛାକୃତ ଶିକ୍ଷକ ମାନେ ବିନାପାରିଶ୍ରମିକରେ ଶିକ୍ଷାଦାନ କରିବା ନିଶ୍ଚିତ ରୁପେ ଏକ ଭଲ କାର୍ଯ୍ୟ। ସବୁଠାରୁ ବଡକଥା ହେଲା, ନିଜେ ଜିଲ୍ଲାପାଳ,ରବିବାର ଦିନ ବିଭିନ୍ନ ସ୍କୁଲ୍‌କୁ ବୁଲି, ଶ୍ରେଣୀ କକ୍ଷରେ ବସି, ତାକୁ ଅନୁଧ୍ୟ୍ୟାନ କରିବା ପୂର୍ବକ ନିଜେ, ପିଲାଙ୍କ ସନ୍ଦେହ ମୋଚନ କରିବା ଅନ୍ୟ ଜିଲ୍ଲାମାନଙ୍କ ପାଇଁ ପ୍ରେରଣା ଦାୟକ ନିଶ୍ଚୟ….

651 Views

   ସମ୍ବନ୍ଧିତ ଖବର