Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କୁନି ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ, ସଂସ୍କୃତ ଶ୍ଳୋକଠୁ ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ସବୁ ତାଙ୍କ ମୁହଁରେ

25/09/2021 at 11:02 PM

ସମ୍ବଲପୁର ୨୫।୯: କଥା କହିବା ବେଳେ ପାଟି ଲାଖୁଛି । ଅଥଚ ଖନେଇ ଖନେଇ ଅନର୍ଗଳ ଗାଉଛନ୍ତି ସଂସ୍କୃତ ଶ୍ଳୋକ । କଠିନ ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ବି ତାଙ୍କ ମୁହଁରେ। ବୟସ  ମାତ୍ର ୨ ବର୍ଷ ୧୦ ମାସ, କିନ୍ତୁ ପ୍ରତିଭା ଆଶ୍ଚର୍ଯ୍ୟଜନକ । ସମ୍ବଲପୁରର ଶୁଭସ୍ମିତା । ଖୁବ୍ କମ୍ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ ।

ବୟସ ସିନା କମ୍ କିନ୍ତୁ ବିଚକ୍ଷଣ ବୁଦ୍ଧିର ଅଧିକାରୀ ସେ । କୁନି ବୟସରେ ଅନନ୍ୟ ପ୍ରତିଭାର ପରିଚୟ ଦେଇଛନ୍ତି ଶୁଭସ୍ମିତା । ସଂସ୍କୃତ ଶ୍ଳୋକରେ ଯେପରି ବାଗ୍ମିତା ପାଠରେ ବି ସେମିତି । ପିରିୟଡିକ୍ ଟେବୁଲ ବେଶ୍ ପ୍ରାଞ୍ଜ୍ବଳ ଭାବେ କହିପାରୁଛନ୍ତି । ଯିଏ ଶୁଣୁଛି ସେ ହେଉଛି ତାଜୁବ । ସାଧାରଣ ଜ୍ଞାନରେ ବି ଶୁଭସ୍ମିତାଙ୍କ ଦକ୍ଷତା ।  ୨୮ଟି ରାଜ୍ୟର ରାଜଧାନୀ ସହ କେନ୍ଦ୍ର ଶାସିତ ଅଂଚଳର ନାଁ ବି କହିପାରୁଛନ୍ତି । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ନାମ ସହ ବିଭିନ୍ନ ରାଜ୍ୟର ନାଁ ପଚାରିଲେ ଫଟାଫଟ ଦେଉଛନ୍ତି ଉତ୍ତର । ନୂଆ ଜିନିଷ ଶିଖିବାର ଆଗ୍ରହ ତାଙ୍କୁ ଆଜି ଦେଇଛି ସଫଳତା ।

ଝିଅର ପ୍ରତିଭା ପାଇଁ ଶୁଭସ୍ମିତାଙ୍କ ବାପା ସୁଧିର ସାହୁ ଓ  ମା’ ସଙ୍ଗୀତା ବେଶ୍ ଖୁସି । ଝିଅର ମେଧାଶକ୍ତିକୁ ପ୍ରୋତ୍ସାହିତ କରନ୍ତି ସେମାନେ । ଆଗକୁ ଆହୁରି ସଫଳତା ଆଶା କରନ୍ତି । ଝିଅ କେମିତି ଆଗକୁ ଆହୁରି ଭଲ ପାଠ ପଢିବ ସେନେଇ ବେଶ୍ ପରିଶ୍ରମ କରୁଛନ୍ତି ମା’ ।

ଏତେ କମ୍‌ ବୟସରେ ଶୁଭସ୍ମିତା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ନିଜ ନାମ ଯୋଡିଥିବାରୁ ଏହା ନିଶ୍ଚିତ ପ୍ରଶଂସା ଯୋଗ୍ୟ ।

   Related Posts