ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ : କାରରେ ଏକା ବସିଥିବାବେଳେ ବନ୍ଧୁକ ଦେଖାଇ ନେଇଗଲେ

Published By : Prameya-News7 Bureau | July 10, 2020 IST

ସମ୍ବଲପୁର ୧୦/୦୭ : ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ । ସମ୍ବଲପୁର ଜିଲ୍ଲାର ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ଶାସନ ଛକ ନିକଟରୁ ସମ୍ବଲପୁରର ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି । ସେ ଆଜି ତାଙ୍କର ଡ୍ରାଇଭର ସହ ନିଜ କାରରେ ଯାଉଥିବା ବେଳେ ଶାସନ ଛକରେ କୌଣସି କାମରେ ଅଟକି ଥିଲେ ଓ ନିଜ ଡ୍ରାଇଭରକୁ କୌଣସି କାର୍ଯ୍ୟ ପାଇଁ ନିକଟସ୍ଥ ଆଞ୍ଚଳକୁ ପଠାଇଥିଲେ । ଏହି ସମୟରେ ସେ କାର ରେ ଏକା ଥିବା ବେଳେ କିଛି ଦୁର୍ବୁର୍ତ୍ତ ଆସି ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିବା ଶାସନ ଥାନାରେ ଅଭିଯୋଗ ହୋଇଛି । ସମ୍ବଲପୁର ଏସପି କନବର ବିଶାଳ ସିଂ ଘଟଣା ସ୍ଥଳ ପରିଦର୍ଶନ କରି ଏହାର ତଦନ୍ତ ପାଇଁ ପାଞ୍ଚ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.