ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଆଜିଠୁ ପଶ୍ଚିମ ଓଡିଶାର ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Published By : Prameya-News7 Bureau | September 05, 2018 IST

ସମ୍ବଲପୁର ୫|୯: ସମୟ ସରିଲା ହେଲେ ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କୌଣସି ଚିଠି କେନ୍ଦ୍ର ସରକାରଙ୍କୁ ଦେଲେନି ରାଜ୍ୟ ସରକାର । ଏନେଇ ଅସନ୍ତୋଷ ପ୍ରକାଶ କରିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ । ତେଣୁ ଆଜିଠୁ ପଶ୍ଚିମ ଓଡିଶାର ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କହିଛି । ତେଣୁ ଆଜିଠାରୁ ବିଚାର ବିଭାଗୀୟ ଅଦାଲତ କାଲିଠାରୁ ରାଜସ୍ବ ଅଦାଲତ, ଜିଲ୍ଲାପାଳ , ଉପଜିଲ୍ଲାପାଳ, ତହସିଲ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ କାଲି ବସଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ସମସ୍ତ କୋର୍ଟ କାର୍ଯ୍ୟବନ୍ଦ କରି, ଓକିଲମାନେ ଧାରଣା, ବିକ୍ଷୋଭ ଓ ଶୋଭାଯାତ୍ରା କରିବେ । ଏଥିସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀ, ସଚିବ ମାନଙ୍କୁ ସହର ମଧ୍ୟକୁ ପୁରାଇ ନଦେବାକୁ ନିଷ୍ପତ୍ତି ହୋଇଛି । ସେହିଭଳି କଳାପତକା ଦେଖାଇ ବିରୋଧ କରିବାକୁ ସ୍ଥିର ହୋଇଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ ଅଗଷ୍ଟ ୬ରେ ସିଏସିର ୧୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ପ୍ରତିଶ୍ରୁତି ମିଳିଥିଲା ଏଥିପାଇଁ ଠୋସ୍ ପଦକ୍ଷେପ ନିଆଯିବ । ଏଥିପାଇଁ କେନ୍ଦ୍ରକୁ ଦ୍ବିତୀୟ ଥର ପାଇଁ ପତ୍ର ଦିଆଯିବ । ହେଲେ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.