Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ

16/09/2021 at 7:33 AM

ସମ୍ବଲପୁର, ୧୬|୦୯ : ଉପକୂଳ ପରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଲଗାଣ ବର୍ଷା ଜାରି ରହିଥିଲା । ଫଳରେ ଅନେକ ନଦୀ ଓ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଏପରିକି ସମ୍ବଲପୁରର ଗୁଣ୍ଡେରପୁଲ ବ୍ରିଜ୍ ଉପରେ ୩ ଫୁଟର ପାଣି ପ୍ରଭାହିତ ହେଉଥିବା ଦେଖିବାକୁ ମିଳିଛି ।

ବ୍ରିଜ୍ ଉପରେ ପାଣି ପ୍ରଭାହିତ କାରଣରୁ ସମ୍ବଲପୁର – ସୋନପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି । ଏପରିକି ଯାତାୟତ ଠପ୍ ହୋଇଯାଇଛି । ସମ୍ବଲପୁରରୁ ସୋନପୁର ଯିବା ପାଇଁ ଏହା ଏକମାତ୍ର ରାସ୍ତା ହୋଇଥିବାବେଳେ ୩ଫୁଟ ପାଣି ଯିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

ସେହିପରି  ପ୍ରବଳ ବର୍ଷା ଓ ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ ଖୋଲାଥିବାରୁ ଏପରି ଅବସ୍ଥା ହୋଇଛି । ଗେଟ ଆହୁରି ଖୋଲିଲେ ଏଠାରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

   Related Posts